ଆଜିର ରାଶିଫଳ

ମେଷ: ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସକାଳୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିପାରନ୍ତି। ଆଜିର ଖର୍ଚ୍ଚ ସକାଶେ କେଉଁଠୁନା କେଉଁଠୁ ଅର୍ଥ ପାଇଯିବେ । ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଯେତେ ସତର୍କରେ କାମ କଲେ ମଧ୍ୟ କର୍ମ କ୍ଷେତ୍ରରେ ଟେନ୍ସନ ଲାଗି ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ବୃଷ : ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପାରିବାରିକ ଦ୍ୱନ୍ଦ୍ୱ ସହ ସାମାଜିକ ସ୍ଥିତି ସୁଦୃଢ ରହିବ। ସମୂହସ୍ବାର୍ଥକୁ ପ୍ରାଧାନ୍ୟଦେବା କାରଣରୁ ଭାବମୂର୍ତ୍ତି ଉଜ୍ଜ୍ୱଳିତ ହେବ। ପ୍ରତିଷ୍ଠା, ପ୍ରଶଂସା ପାଇବା ସହ ପର୍ଯ୍ୟଟନ, କାରିଗରୀ, କ୍ରୀଡା ଓ ଚଳଚ୍ଚିତ୍ର ପ୍ରଭୃତିରେ ପ୍ରଶଂସିତ ହେବେ। ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା:୩।

ମିଥୁନ : ଆୟର ମାତ୍ରା ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ପରିବାରରେ ପିଲାମାନଙ୍କ ମତକୁ ପ୍ରାଧାନ୍ୟ ଦେଇ କାମ କରିବେ । ସମସ୍ୟା ସମାଧାନର ପନ୍ଥା ଅବଶ୍ୟ ଖୋଜି ପାଇବାରେ ଅସୁବିଧା ହେବ ନାହିଁ ।    ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

କର୍କଟ : କାର୍ଯ୍ୟରେ ସଫଳତା ଲାଭ କରିବେ। ପରିବାର ମଧ୍ୟରେ ମର୍ଯ୍ୟାଦା ସମ୍ପନ୍ନ ହେବେ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଅର୍ଥବ୍ୟୟ, ଦୂରଯାତ୍ରା, ପରୋକ୍ଷଶତ୍ରୁତା ଓ କାର୍ଯ୍ୟହାନୀ ଜନିତ ବ୍ୟସ୍ତତା ବୃଦ୍ଧି ପାଇବ ।  ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ସି˚ହ : ସକାଳୁ ସକାଳୁ ଯାତ୍ରାରେ ଅଭିଳଷିତ ଜିନିଷ ହାସଲ କରି ପାରିବେ । ଉନ୍ନତିରେ ଆସିଥିବା ବାଧା ଦୂର ହେବ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ପରିବାର ମଧ୍ୟରେ ଥିବା କିଛି ସମସ୍ୟା ନେଇ ଆଲୋଚନା ସନ୍ତୋଷ ଜନକ ହେବ । ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

କନ୍ୟା : ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ। ଭାଗ୍ୟ ଉପରେ ସ˚ପୂର୍ଣ୍ଣରୂପେ ଭରସା କରନ୍ତୁ ନାହିଁ। ପରିଶ୍ରମ କରନ୍ତୁ; ସୁଫଳ ମିଳିବ। ଅର୍ଥପାଇବେ ଏବଂ ପାରିବାରିକ ସୁଖସୌହାର୍ଦ୍ଦ୍ୟ ମଧ୍ୟରେ ଦିନଟି ଅତିବାହିତ ହେବ । କିନ୍ତୁ ଭାଇ, ବନ୍ଧୁ, କୁଟୁମ୍ବ ଲୋକଙ୍କ ସହ ଜମିଜମା କିମ୍ବା ଗୃହସୀମାକୁ ନେଇ କଳହର ଆଶଙ୍କା ରହିଛି। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

ତୁଳା : ମନ ପ୍ରସନ୍ନ ରହିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ପରିବାରର ଆବଶ୍ୟକୀୟ ଅର୍ଥ ଯୋଗାଡ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ। ଆନୁଷ୍ଠାନିକ କାମ, ସଭାସମିତି, ନୂତନ ଉଦ୍ୟୋଗ ଏବଂ ସାଂସ୍କୃତିକ କାମରେ ସହଭାଗୀତା ହେଲେ ପ୍ରତିଷ୍ଠାର୍ଜନ କରିପାରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ବିଛା : ଶତ୍ରୁର ଆକ୍ରମଣ ପାଇଁ ଭୟଭୀତ ନ ହୋଇ ସଜାଗ ହେବେ । ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ। ବ୍ୟାବସାୟିକ କାମରେ ବ୍ୟସ୍ତ ରହିବେ। ଅବଶ୍ୟ ଅର୍ଥପାଇଲେ ମଧ୍ୟ ଆଜିର ଯାତ୍ରା, ବ୍ୟବସାୟ କେତେକାଂଶରେ ଅସ୍ଥିରତାଯୁକ୍ତ ରହିବ । ଆପଣଙ୍କ କାମ ନେଇ ଅନ୍ୟମାନେ ପ୍ରଶଂସା କରିପାରନ୍ତି। ସାହିତ୍ୟ, ସ୍ଥଗିତକାର୍ଯ୍ୟ ଓ ସନ୍ତାନଙ୍କ ସକାଶେ କିଛିଟା ଉନ୍ନତିର ଆଲୋକ ଦେଖିପାରିବେ । ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

ଧନୁ : ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ସନ୍ତାନଙ୍କ କୃତ ସମସ୍ୟା, ବନ୍ଧୁ ସମ୍ପର୍କରେ ନୂ୍ୟନତା,କହିଥିବା କଥାକୁ କେନ୍ଦ୍ରକରି ବିରୋଧାଭାଷ ସାମୟିକ ଅସ୍ଥିରତା ସୃଷ୍ଟି କରିପାରେ । ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଯଥେଷ୍ଟ ଲାଭ ହେବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୯।

ମକର : ଦାନ-ଧର୍ମକୁ ପାଥେୟ କରି ସେବା ମନୋଭାବର ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ପାରିବାରିକ ବିବାଦଠୁଁ ଦୂରେଇ ରହନ୍ତୁ। ଆପଣଙ୍କ ଟଙ୍କାପଇସା କେଉଁଠି ଅଟକିପାରେ। ଭୁଲ୍‌ ନିଷ୍ପତି ନେଇ ହଟହଟା ହେବାକୁ ପଡିପାରେ। ସନ୍ତାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ସଙ୍ଗକୁ ପରିବାର ଅପୂରଣୀୟ ଆବଶ୍ୟକତା ଦୁଃଶ୍ଚିନ୍ତାର ମାତ୍ରାକୁ ବଢାଇ ଦେଇପାରେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୬।

କୁମ୍ଭ : ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ। ପୂର୍ବ ପରିକଳ୍ପିତ ନୂତନ ଯୋଜନାକୁ ସାକାର କରିବା ଦିଗରେ ବନ୍ଧୁବର୍ଗଙ୍କ ସାହାଯ୍ୟ ଲୋଡିପାରନ୍ତି। ଆଜି ନିଜସ୍ବ ଢଙ୍ଗରେ କାର୍ଯ୍ୟ କରିବାରେ ଆନନ୍ଦ ଅନୁଭବ କରିବେ । କୃଷି, ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା ତଥା ରାଜନୀତିରେ ଚେଷ୍ଟା ସଫଳ ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

ମୀନ : ଭୂମି ଲାଭର ସୁଯୋଗ ଅଛି। ଅଧିକ ପରିଶ୍ରମ କଲେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ଯୋଗ ରହିଛି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।  ଭ୍ରମଣ, ବ୍ୟବସାୟ, ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିବା ପାଇଁ ମନ ବଳାଇ ପାରନ୍ତି।  ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୯।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର?

Mon Nov 11 , 2019
ବାସ୍ତବ ବ୍ୟୁରୋ: ପ୍ରଥମେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ସରକାର ଗଠନ ପାଇଁ ବିଜେପି କୁ ଆମନ୍ତ୍ରଣ ପରେ ଦ୍ବିତୀୟ ବୃହତ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ମାତ୍ର ଏନେଇ ଶିବସେନା ୨୪ଘଣ୍ଟା ମଧ୍ୟରେ କୌଣସି ସ୍ପଷ୍ଟ ସୂଚନା ଦେଇପାରିଲାନାହିଁ। ଆଉ ୨ ଦିନ ସମୟ ଶିବସେନା ମାଗିଥିଲେ ମଧ୍ୟ ରାଜ୍ୟପାଳ ତାହା ପ୍ରଦାନ ତାଙ୍କୁ କରିନାହାନ୍ତି । କିଛି ସମୟ ପୂର୍ବରୁ ରାଜ୍ୟପାଳ […]

You May Like

Pin It on Pinterest