କାକୁଡ଼ି ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ ଅଳ୍ପେ ବହୁତେ ପ୍ରାୟ ସମସ୍ତେ କିଛି କିଛି ଜାଣିଥାନ୍ତି, ସାଧାରଣତଃ କାକୁଡି କୁ ସାଲାଡ଼ ଭାବେ ଖାଇବାକୁ ଭଲ ଲାଗିଥାଏ |ହେଲେ, କାକୁଡି ର ଉପକାରିତା ଗୁଣ ବିଷୟରେ ଜାଣିଲେ, କାକୁଡି ନ ଖାଉଥିବା ଲୋକ ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିବେ | ଆସନ୍ତୁ ଜାଣିବା ଆମ ସ୍ୱାସ୍ଥ୍ୟ ପାଇଁ କାକୁଡି ର ଆବଶ୍ୟକତା କେତେ-
* ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଓଜନ କମ୍ କରିବାକୁ ଚାହୁଁଥିବା ବ୍ୟକ୍ତି ଏହାକୁ ସୁପ୍ ଓ ସାଲାଡ଼ କରି ଖାଇବା ଦରକାର |
*ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତ ରେ କାକୁଡି ରେ ଅଧିକ ଫାଇବର ବା ସୂତ୍ରତନ୍ତୁ ମିଳିଥାଏ ତେଣୁ ଖାଇବା ସମୟରେ ପ୍ରଥମେ କାକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ ନିହାତି ଦରକାର |
* କାକୁଡ଼ିରେ ୮୦ ପ୍ରତିଶତ ପାଣି ଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ପୂରଣ ହୋଇଥାଏ |
*କାକୁଡି ରେ ବହୁଳ ଭାବେ ଶ୍ୱେତସାର ମିଳିଥାଏ ଯାହା ଆମର ପଚାନା ତନ୍ତ୍ର କୁ ସୁସ୍ଥ ରଖିଥାଏ |
* ଏହା କୁ ଖାଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରିଥାଏ |
* କାକୁଡ଼ି ଦ୍ୱାରା ଆମ ଶରୀରକୁ ଭିଟାମିନ୍-ଏ, ବି ଓ ସି ମିଳିଥାଏ | ଏହାର ଚୋପାରେ ଭିଟାମିନ୍-ସି ରହିଥାଏ। ଏଥିରୁ ପୋଟାସିୟମ, ମ୍ୟାଗ୍ନେସିୟମ ଓ ସିଲିକନ୍ ପ୍ରଚୁର ମାତ୍ରାରେ ମିଳିଥାଏ | ଏହାକୁ ଖାଇବା ଦ୍ୱାରା ତ୍ବଚା ଚମକପ୍ରଦ ଓ ଚିକ୍କଣ ହୋଇଥାଏ |

*ଖରାରେ ତ୍ବଚାରେ କଳାଦାଗ ତଥା ଟ୍ୟାନ୍ ସମସ୍ୟା ଦେଖା ଦେଉଥିଲେ, କାକୁଡ଼ି ଖୁବ୍ ଲାଭଦାୟକ ସାବ୍ୟସ୍ତ ହେବ |
* ଏହା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସହ ତ୍ବଚାର ମଇଳାକୁ ମଧ୍ୟ ସଫା କରିଥାଏ |
ଆମ ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣ ର ଫାଇବର ଆବଶ୍ୟକତା ରହିଥାଏ?
ରାଷ୍ଟ୍ରୀୟ ସୂତ୍ରତନ୍ତ୍ର ଙ୍କ ମତ ରେ ୩୦-୩୮ ଗ୍ରାମ ସୁତ୍ରାତନ୍ତୁ (ଫାଇବର) ପୁରୁଷଙ୍କ ପାଇଁ ,୨୫ଗ୍ରାମ ସ୍ତ୍ରୀ ଲୋକଙ୍କ ପାଇଁ (୧୮ ରୁ ୫୦ବୟଷ ମଧ୍ୟ ରେ ) ଏବଂ ୫୧ ବର୍ଷ ରୁ ଅଧିକ ସ୍ତ୍ରୀ ଲୋକଙ୍କ ପାଇଁ ୨୧ ଗ୍ରାମ ର ଫୈବେର ର ଆବଶ୍ୟକତା ପଡିଥାଏ |



