କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ପାଳିତ…

ଦୀପକ ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ରୁପ୍ରାରୋଡ଼ ଅଗ୍ରସେନ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ରାହସ ବିହାରୀ ବେହେରା ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ ଓୟୁଜେ ରାଜ୍ୟ ସମ୍ପାଦକ ଇଙ୍ଗିତ ପଣ୍ଡା ଯୋଗ ଦେଇଥିଲେ।

ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ ରେ ସରକାର ସାମ୍ବାଦିକ ମାନଙ୍କ ଚିହ୍ନଟ ଓ ସୁରକ୍ଷା କୁ ନେଇ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଆଦି ଦାବିରେ ଆଲୋଚନା କରିଥିଲେ ଉପସ୍ଥିତ ଅତିଥି।ସେହି ପରି ଜିଲ୍ଲା ୱେବ ମିଡିଆ ସଙ୍ଘ ପକ୍ଷରୁ କୁଟୁରୁଖମର ଟାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ସଭାପତି ଆଦିତ୍ୟ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଅଧିକାରୀ ଶିତିକଣ୍ଠ ପଧାନ ଯୋଗ ଦେଇ ଆଜିକା ଡିଜିଟାଲ ଯୁବଗରେ ୱେବ ମିଡିଆ ସାଧାରଣ ଲୋକଙ୍କ ମନ ପସନ୍ଦ ହୋଇ ପାରିଥିବା ପ୍ରକାଶ କରିଥିଲେ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ କୋରୋନାରେ ପ୍ରାଣ ହରାଇ ଥିବା ଓଡିଶାର ସମସ୍ତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହ ତାଙ୍କର ଆମର ଆତ୍ମାର ସଦଗତି କାମନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ସଂମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ସମ୍ବାଦ ଓ ସାମ୍ବାଦିକତା କୁ ନେଇ ନିଜର ମତ ବ୍ୟକ୍ତି କରିଥିଲେ । ଏହି ଅବସରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ପରେ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା  । ଏହା ସହ ସାମ୍ବାଦିକ ସ୍ବାଧୀନ ପାତ୍ର ,ଅଜିତ ସିଂ, ବିକାଶ ଷଡଙ୍ଗୀ,ମନୋଜ ନାଏକ ଭଳି ପ୍ରତିଭାବାନ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସାମ୍ବାଦିକ ଯୋଗ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପର ପାରିରେ ପୁର୍ବତନ ବିଧାୟକ ଉମେଶ ସ୍ବାଇଁ..

Wed Nov 17 , 2021
ପ୍ରଦୀପ ନାୟକ(ଭୁବନେଶ୍ୱର):ଜଗତସିଂପୁର ବାଲିକୁଦାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ୱାଇଁ ଆଉ ନାହାନ୍ତି। ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଉମେଶ । କାର୍ତିକ ସ୍ବାଇଁଙ୍କ ୪ ସନ୍ତାନ ମଧ୍ୟରୁ ସେ ହେଉଛନ୍ତି […]

You May Like

Pin It on Pinterest