ତଦନ୍ତ ଅଧିକାରୀଙ୍କ ଗାଡି ଆଗରେ ଧାରଣା ଦେଲେ ପରିବାର ଲୋକେ…

ବବିତା ସାମଲ(ଭଦ୍ରକ): ଧାର ଟଙ୍କାକୁ ନେଇ ଧମକ ଚମକ, ଥାନାରେ ଅଭିଯୋଗ କରିବାରୁ ଘରେ ନିଆଁ ଲଗେଇ ଦେଲେ। ଏଭଳି ଘଟଣା ଦେଖି ବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ପାଞ୍ଚପଡା ଗାଁରେ। ଏହି ଗାଁ ହରିଶ ରାଓଙ୍କ ଭିନ୍ନକ୍ଷମ ପୁଅ ପାଣିରେ ପଡିଯାଇଥିଲା। ପୁଅର ଅସୁସ୍ଥତା ପାଇଁ ସେହି ଗ୍ରାମର ବିରେନ୍ଦ୍ର ମହାନ୍ତିଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଠିକ ସମୟରେ ପରିଶୋଧ କରି ପାରିନଥିଲେ। ସମୟ ଗଡ଼ି ଚାଲୁଥିଲା ବେଳେ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିଵାଦ ଲାଗି ରହିଥିଲା।

ଗତ କିଛି ଦିନ ତଳେ ହରିଶ ରାଓଙ୍କ ପୁଅକୁ ଵିରେନ୍ଦ୍ର ଅଟକାଇବା ସହ ସାଇକେଲ ଛଡାଇ ନେଵାକୁ ଚେଷ୍ଟା କରିଥିଲେ। ଗାଁରେ ଏହାକୁ ନେଇ ବିବାଦ ଦେଖାଦେବା ପରେ ଗାଁ ଲୋକଙ୍କ ଉପସ୍ଥିତରେ ସମାଧାନ ହୋଇଥିଲା। ପରେ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିଵାଦ ତେଜିଥିଲା। ଏହାକୁ ନେଇ ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଏତଲା ଦିଆଯାଇଥିଲା ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଗତକାଲି ଵିରେନ୍ଦ୍ର ହରିଶଙ୍କ ଘରେ ତାଙ୍କର ସ୍ତ୍ରୀ ଓ ୩ ପୁଅ ଘରେ ଥିବା ବେଳେ ଵାହାର ପଟୁ କବାଟ ଦେଇ ନିଆଁ ଲଗାଇ ଥିଲା।

ଯେନତେନ ପ୍ରକାରରେ ହରିଶଙ୍କ ସ୍ତ୍ରୀ ମଞ୍ଜୁଲତା ଓ ତାଙ୍କ ୩ ପୁଅ ରକ୍ଷା ପାଇଥିଲେ। ଆଜି ଗ୍ରାମାଞ୍ଚଳ ପୋଲିସ ଗାଁରୁ ଆସି ତଦନ୍ତ କରିବା ବେଳେ ମଞ୍ଜୁଲତା ଓ ତାଙ୍କ ପୁଅ ପୋଲିସ ଗାଡ଼ି ଆଗରେ ବସି ପଡି ଗାଡିକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପୋଲିସ ଗାଡି ଦୀର୍ଘ ସମୟ ଧରି ଅଟକ ଥିବା ଵେଳେ ଗ୍ରାମବାସୀ ଓ ପୀଡିତ ପରିବାର। ପରେ ଗ୍ରାମବାସୀଙ୍କ ମିମାଂଶା ହୋଇଥିଲା। ଏଥିରେ ପୋଲିସ ଅଭିଯୁକ୍ତ ଗରିଫ କରିବାକୁ ପ୍ରତଶୃତି ଦେବା ସହ ପରିବାର ଲୋକଙ୍କୁ ସୁରକ୍ଷା ର ପ୍ରତଶୃତି ପରେ ପୋଲିସ ଗାଡି ଛାଡି ଥିଲେ ଗାଁ ଲୋକେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜୁ ମହିଳା,ଯୁବକ,ଏବଂ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଦନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ଧାରଣା ଓ ପ୍ରତିବାଦ ସଭା

Mon Nov 22 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୨-୧୧-କେନ୍ଦ୍ର ସରକାରଙ୍କ ରନ୍ଦନ ଗ୍ୟାସ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଚାନ୍ଦବାଲିରେ ଆଜି ବିଜୁ ମହିଳା ଦଳ, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା ସହ ଧାରଣା ଦିଆଯାଇଥିଲା। ଏଥିନେଇ ମହିଳାଙ୍କ ବିଜେଡ଼ି ଦଳର ଏକ ପ୍ରତିବାଦ ରାଲି ଚାନ୍ଦବାଲି ମା କାଳି ମନ୍ଦିର ନିକଟରୁ ବାହାରି ନାରୀସଭାନେତ୍ରୀ ମାନସୀ ପାଢ଼ୀଙ୍କ ନେତ୍ଵତ୍ବରେ ଶତାଧିକ ମହିଳା କର୍ମୀ ମାନେ […]

You May Like

Pin It on Pinterest