
ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ଆଜି ବାଲେଶ୍ୱର ଜିଲ୍ଲା ଵାଲିଆପାଳ ବ୍ଲକକୁ ଜଳସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ଗସ୍ତକୁ ନେଇ ପ୍ରଶାସନ ଚଳଚଂଚଳ ହୋଇ ଉଠିଥିବା ବେଳେ ବିରୋଧିଙ୍କ ବିଭିନ୍ନ ପ୍ରସଙ୍ଗରେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା ହେବାର ସମ୍ଭାବନା ଦୃଷ୍ଟିରୁ ବ୍ଲକରେ କେତେକ ଛାମୁଆ ନେତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
ରାଜ୍ୟର ବିଭିନ୍ନ ଜିଲାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକାର୍ଡ ବଂଟନ କରାଯିବାକୁ ଗଲାବେଳେ ବିରୋଧି କଂଗ୍ରେସ ଓ ବିଜେପି କର୍ମୀଙ୍କ ବିରୋଧକୁ ଆଶଙ୍କା କରି ଵସ୍ତା ଯୁବ କଂଗ୍ରେସ ଉପସଭାପତି ତୀର୍ଥ କୁମାର ନାଗଙ୍କ ସମେତ ବହୁ ଯୁବ ନେତା ଓ ଜିଲ୍ଲା ବିଜେପି ଓବିସି ମୂର୍ଚ୍ଚା ସଭାପତି ଅରବିନ୍ଦ ବେହେରାଙ୍କ ସମିତ ବହୁ ବିଜେପି କର୍ମୀ ଙ୍କୁ ଗିରିଫ କରାଯାଇ ସନ୍ଧ୍ୟା ୫.୩୦ ରେ ଛଡ଼ାଯାଇଥିଲା ।

ଏହାର ପ୍ରତିବାଦରେ ବସ୍ଥା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥି ତଥା ଵାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକଙ୍କ ସହିତ ଯୁବ କଂଗ୍ରେସରବହୁ କର୍ମୀ ଓ ବିଜେପି କର୍ମୀ ଵାଲିଆପାଳ ଥାନା ଆଗରେ ପ୍ରତିବାଦ କରିବାର ଦେଖିବାକୁ ମିଳିଥିଲା ।