ସାକ୍ଷୀଗୋପାଳ ଖବର କାଗଜ ବିତରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା… 

ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସାକ୍ଷୀଗୋପାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସ୍ୱାଧୀନତାର 76 ବର୍ଷ ପରେ ଓ ଦେଶରେ ପ୍ରଥମ କରି ଖବରକାଗଜ ବିତରକ ମାନଙ୍କ ନିମନ୍ତେ ସୁରକ୍ଷା ଓ ସହାୟତା ବ୍ୟବସ୍ଥା କରିଥିବାରୁ ସତ୍ୟବାଦୀ ଖବର କାଗଜ ବିତରକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l

ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରି  ସଂଘ ତରଫରୁ ଦୀପଦାନ  କରାଯାଇଥିଲା lଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ମାଲ୍ୟାର୍ପଣ କରାଯାଇଥିଲା lସଙ୍ଘର ସଭାପତି ଦୁଃଖିଶ୍ୟାମ ସାହୁ, ସମ୍ପାଦକ ରଙ୍ଗାଧର ଦାସ,କୋଷାଧକ୍ଷ ତ୍ରିନାଥ ବେହେରା, ନିରଞ୍ଜନ ପ୍ରଧାନ, ଚନ୍ଦ୍ରମଣି ଭୋଇ, ରବୀନ୍ଦ୍ର ଭୋଇ, ଷ୍ଟାଲିନ ନାୟକ, ଦୀନବନ୍ଧୁ ମାଝି, ନରୋତ୍ତମ ପରିଡା ଓ ବିଚିତ୍ରା ନନ୍ଦ ଭୋଇଙ୍କ ସମେତ ସମସ୍ତ ବିତରକ ଉପସ୍ଥିତ ଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡିସେମ୍ବର ୫ରେ ମଙ୍ଗଳ କରିବେ ରାଶି ପରିବର୍ତ୍ତନ,ମିଥୁନ ଏବଂ କନ୍ୟା ସହ କେଉଁ ରାଶି ଗୁଡିକର ବଦଳିବ ଭାଗ୍ୟ ଜଣାନ୍ତୁ…

Wed Dec 1 , 2021
ଡ଼.ନବକିଶୋର ମିଶ୍ର ଦେବତା ମାନଙ୍କର ସେନାପତି ମଙ୍ଗଳ,ତାଙ୍କର ଶତ୍ରୁ ରାଶି ତୁଳା ଛାଡି ୫ ଡିସେମ୍ବର ୨୦୨୧ ରେ ବିଛା ରାଶିରେ ପ୍ରବେଶ କରିବେ, ଏବଂ ଜାନୁୟାରୀ ୧୬,୨୦୨୨ ରେ ତାଙ୍କର ସର୍ବୋତ୍ତମ ବନ୍ଧୁ ଦେବଗୁରୁ ବୃହସ୍ପତିଙ୍କ ରାଶି ଧନୁ ରେ ପ୍ରବେଶ କରିବେ |ରବି,ମଙ୍ଗଳ,ବୁଧ ଏବଂ କେତୁ ର ମିଶ୍ରଣ ଅନେକ ପ୍ରକାରର ଅସୁବିଧା ସୃଷ୍ଟି କରିବ | କିନ୍ତୁ ମଙ୍ଗଳ ଶନିର ମାରାତ୍ମକ ଦିଗରୁ ମୁକ୍ତ ହେବ,ଯେଉଁଥିପାଇଁ […]

You May Like

Pin It on Pinterest