ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୬ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୪୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୦୧୩୯ ଜଣ ସୁସ୍ଥ ହୋଇଛନ୍ତି । 

ଓଡିଶାରେ ଦେଖାଦେଲା ଓମିକ୍ରନ୍ ଭୟ । ଆଟ୍ ରିସ୍କ ଦେଶରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ୪ ଜଣଙ୍କ ନମୁନା ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି । ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆଟ୍ ରିସ୍କ ଦେଶରୁ ୯୮୨ ଜଣ ଆସିଛନ୍ତି । ଏ ନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୪୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ୯୩୭୩୩ ସକ୍ରିୟ ମାମଲା ରହିଛି ଏବଂ ୩୪୦୮୯୧୩୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୪୭୩୯୫୨ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା । ୪ ପ୍ରତଶତ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ସେହିଭଳି ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରିଭର୍ସ ରେପୋରେଟ୍ । କୋଭିଡ କାରଣରୁ ଆକୋମୋଡେଟିଭ୍ ଷ୍ଟାନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରେସମିଟରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଦେଶରେ ଓମିକ୍ରନ୍ ମାମଲା ବଢ଼ୁଛି। ଓମିକ୍ରନ୍ ପାଇଁ ଏବେଠାରୁ ସତର୍କ ନହେଲେ ଆଗକୁ ଅତି ବିପଜ୍ଜନକ ସ୍ଥିତି ଉପୁଜିବ। ଅନ୍ୟ ପ୍ରଜାତି ତୁଳନାରେ କୋଭିଡ୍ ର ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରାମକ। ଯଦି ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ ନହୁଏ ତେବେ ତୃତୀୟ ଲହର ଆସିଯିବ । ଏମିତି କିଛି ଚେତାବନୀ ଶୁଣାଇଛି ଆଇଏମ୍ ଏ ବା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ସୂଚନାନୁଯାୟୀ, ଦେଶରେ ଏଯାବତ ୨୩ ଜଣ ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ ଚିନ୍ତାଜନକ ପ୍ରଜାତି ଭାବେ ଘୋଷଣା କରିଛନ୍ତି। ଦେଶରେ ଓମିକ୍ରନ୍ ଚିହ୍ନଟ ହୋଇଥିବା ରାଜ୍ୟମାନଙ୍କରେ କଟକଣା କଡ଼ାକଡ଼ି ହୋଇଛି।

କେରଳର ଶ୍ରୁତି ସୀତାରା ‘ମିସ୍ ଟ୍ରାନ୍ସ ଗ୍ଲୋବାଲ ୟୁନିଭର୍ସ’ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଟ୍ରାନ୍ସଜେଣ୍ଡର ଯାହାଙ୍କୁ ଏହି ଟାଇଟଲରେ ସମ୍ମାନିତ କରାଯାଇଛି।

୨୦୨୧ ପାଇଁ ଅସାମର କବି ନୀଳମଣି ଫୁକନ ଏବଂ ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ଦିଆଯିବ ଜ୍ଞାନପୀଠ ପୁରସ୍କାର । ସୂଚନାନୁଯାୟୀ,  ଖ୍ୟାତନାମା ଅହମୀୟା କବି ନିଳମଣୀ ଫୁକନ ଏବଂ କୋଙ୍କଣୀ ସାହିତ୍ୟିକ ଦାମୋଦର ମୌଜୋଙ୍କୁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯିବ । ନୀଳମଣି ଫୁକନଙ୍କୁ ୨୦୨୧ ପାଇଁ ଏବଂ ଦାମୋଦର ମୌଜୋଙ୍କୁ ୨୦୨୨ ପାଇଁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯିବ । ପୁରସ୍କାର ସ୍ବରୂପ ଏମାନଙ୍କୁ ୧୧ ଲକ୍ଷ ଟଙ୍କାର ନଗଦ ରାଶି, ପ୍ରଶଂସା ପତ୍ର ପ୍ରଦାନ କରାଯିବ ।

ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ ରେ କୁହାଯାଇଛି ଯେ ଭାରତ ଏକ ଗରିବ ଏବଂ ଅସମାନତା ଦେଶ । ଏହି ରିପୋର୍ଟ ଅନୁଯାୟୀ, ଭାରତ ଏକ ଦେଶ ଯେଉଁଠାରେ ଜନସଂଖ୍ୟାର ଶ୍ରେଷ୍ଠ ୧୦ ପ୍ରତିଶତ ଜାତୀୟ ଆୟର ୫୭ ପ୍ରତିଶତ ରହିଛି । ଯେଉଁଠାରେ ନିମ୍ନ ୫୦ ପ୍ରତିଶତ ବିଭାଗରେ କେବଳ ୧୩ ପ୍ରତିଶତ ଅଂଶ ଅଛି । ଏହି ରିପୋର୍ଟ ୨୦୨୧ ବର୍ଷ ଉପରେ ଆଧାରିତ ।ଏହି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ୨୦୨୦ ମସିହାରେ ଦେଶର ବିଶ୍ୱର ଆୟ ମଧ୍ୟ ବହୁତ ନିମ୍ନ ସ୍ତରରେ ପହଞ୍ଚିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିଡିଏସ୍ ବିପିନ ରାୱତଙ୍କ ସହ,ଏହି ଅଧିକାରୀମାନେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି, ସମ୍ପୂର୍ଣ୍ଣ ତାଲିକା...

Wed Dec 8 , 2021
ନୂଆଦିଲ୍ଲୀ:ବୁଧବାର ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ (ସିଡିଏସ୍) ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ଅଧିକାରୀ ଏବଂ ଯବାନଙ୍କ ମୃତ୍ୟୁ ଘଟିଛି। ଜେନେରାଲ୍ ରାୱତ୍ ଜଣେ ବ୍ରିଗେଡିୟର୍ ସ୍ତରର ଅଧିକାରୀଙ୍କ ସହ IAF ର Mi-17V5 ହେଲିକପ୍ଟରରେ ତାଙ୍କ ସହାୟକମାନଙ୍କ ସହିତ ଯାଇଥିଲେ | ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ଦୁର୍ଘଟଣାରୁ କେବଳ ଗ୍ରୁପ୍ […]

You May Like

Pin It on Pinterest