
ନୀଳଗିରି:୧୧/୧୨-ବାଲେଶ୍ବର ଜିଲ୍ଲା ନୀଳଗିରି ମିତ୍ରପୁର ଅଞ୍ଚଳରେ ଟଙ୍କା ଧାର ନେବାକୁ ନେଇ ଫୁଟିଲା ଗୁଳି ।ଏଭଳି ଅଭାବନୀୟ ଘଟଣାରେ ଚାଲିଗଲା ଜଣଙ୍କ ଜୀବନ ।
ଖବର ଅନୁଯାଇ,ନୀଳଗିରି ମିତ୍ରପୁର ଅଞ୍ଚଳରେ ଗ୍ୟାରେଜ କାମ କରୁଥିଲେ,ରେମୁଣା ଅଞ୍ଚଳର ସୁକାନ୍ତ ବେହେରାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଓରଫ ଦୀପୁ ।ଆଜି ଦିନ ଦିପହରରେ ଗୁଳିମାଡ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଗ୍ୟାରେଜରେ କାମ କରୁଥିବା ସମୟରେ କିଛି ଯୁବକ ଆସି ଗୁଳି ମାରି ତାଙ୍କୁ ହତ୍ୟା କରିଛନ୍ତି । ତେବେ ଏହି ଗୁଳିମାଡ଼ ପଛରେ ଟଙ୍କା ଉଧାର ମୁଖ୍ୟ କାରଣ ବୋଲି କୁହାଯାଉଛି ।ଘଟଣାର ତଦନ୍ତ ଜାରି ରଖିଛି ନୀଳଗିର ପୋଲିସ ।



