ବାତ୍ୟା ଜୱାଦ୍‌ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌ ଗଞ୍ଜାମ ଜିଲ୍ଲାରେ…

ବାସ୍ତବବ୍ୟୁରୋ(ଗଂଜାମ):ବାତ୍ୟା ଜୱାଦ୍‌ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌ ଗଞ୍ଜାମ ଜିଲ୍ଲାରେ ପହଂଚି,ବିଭିନ୍ନ ସ୍ଥାନରେହୋଇଥିବା ଫସଲ ନଷ୍ଟର ତର୍ଜମା କରିଛନ୍ତି ।

ଏହି କ୍ଷୟକ୍ଷତିର ଅନୁଧ୍ୟାନ ଟିମ୍‌ ପ୍ରଥମେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ, ପରେ ଛତ୍ରପୁର ବ୍ଲକର କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଓ ପରେ ଖଲ୍ଲିକୋଟ ବ୍ଲକ୍ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି ।ଟିମ୍‌ ରେ ସାମିଲ ଥିବା ଅଧିକାରୀ ମାନେ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଚାଷୀ ଙ୍କ ସହ ଆଲୋଚନା କରିଛନ୍ତି ।

ବର୍ଷାରେ ଧାନ ଫସଲ, ପନିପରିବା ଓ ଅନ୍ୟ ଫସଲ, ହଜାର ହଜାର ହେକ୍ଟର ଜମିର ଫସଲ ଉଜୁଡ଼ି ଯାଇଛି । ଏବେବି ପାଣି ଭିତରେ ଶଢୁଛି ପାଚିଲା ଧାନ କ୍ଷେତ । ଅଳ୍ପ ଦିନ ବ୍ୟବଧାନରେ ଦୁଇ ଥର ଲଗାଣ ବର୍ଷା ହେବା ଦ୍ୱାରା ଜମିରେ ପାଣି ଜମି କିପରି ଅମଳ ଫସଲ ନଷ୍ଟ ହୋଇଛି ତାର ହୃଦୟ ବିଦାରକ ତଥ୍ୟ ଚାଷୀମାନେ ଟିମକୁ ଦେଇଛନ୍ତି ।ନିଜର ସୁନା କ୍ଷେତର ଉଜୁଡା କାହାଣୀ ଟିମ ଅଧିକାରୀ ମାନଙ୍କ ଆଗରେ କହିବା ବେଳେ ଆଖିରେ ଲୁହର ବନ୍ୟା କୌଣସି ବାଧା ମାନୁନଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ମାନ୍ୟବର ହାଇକୋର୍ଟଙ୍କ ସ୍ଥଗିତାଦେଶ...

Mon Dec 13 , 2021
ଦେବାଶିଷ ମିଶ୍ର(କଟକ):୧୩/୧୨-ଆସନ୍ତାକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାନ୍ତା,ହେଲେ ଆଜି ମାନ୍ୟବର ହାଇକୋର୍ଟ ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ସୂଚନାନୁଯାୟୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ ନିର୍ଦ୍ଦେଶକ ବବି ଇସ୍‌ଲାମ୍ । ଏହି ବିବାଦର ଶୁଣାଣି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ରଗୁଡ଼ିକର ପୁନଃବିଚାର କରି ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ […]

You May Like

Pin It on Pinterest