
ବାସ୍ତବବ୍ୟୁରୋ(ଭୁବନେଶ୍ବର): ୧୪।୧୨-ଡିସିପି ଅଫିସ ଭିତରକୁ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ଛାତ୍ର କଂଗ୍ରେସ ଓ ପୋଲିସ ମୁଁହାମୁଁହି । କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିବା ଅଭିଯୋଗରେ ଭୁବନେଶ୍ବର ଡିସିପି ଅଫିସ୍ ଆଗରେ ଗଣଧାରଣ ଦେଇଛି କଂଗ୍ରେସ ।
ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ କଂଗ୍ରେସ ପ୍ରତିବାଦ କରିଛି । ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସର ଦାବି ।ଗଣ ଧାରଣା ଦେବା ପରେ ଡିସିପି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ଫଳରେ ଛାତ୍ର କଂଗ୍ରେସ ଓ ପୋଲିସ ମୁଁହାମୁଁହି ହୋଇଥିବା ଦେଖିବାକୁ ମିଳିଥିଲା ।