ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରତିବାଦରେ ଅହୋରାତ୍ର ଆମରଣ ଅନଶନ…

ତ୍ରିନାଥ ବାରିକ(କଣାସ):ପଞ୍ଚାୟତ ସମିତି ସଭାରେ କଣାସ ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ପାଈଁ ପ୍ରସ୍ତାବ ଗୃହୀତ ହେବା ପରେ,ଵିରୋଧ ର ସ୍ୱର ଉତ୍ତୋଳନ କରି ରଣହୁଙ୍କାର ଦେଇଛି କଣାସ ନାଗରିକ ମଞ୍ଚ । ଶାସକ ଦଳକୁ ସିଧା ଟାର୍ଗେଟ କରି ମଞ୍ଚ ଏବେ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅହରାତ୍ରୀ ଆମରଣ ଅନସନ ରେ ବସିଛି ।

ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କୁ ନେଇ କିଏ କରୁଛି ରାଜନୀତି ତ କିଏ କରୁଛି ଲୋକଙ୍କ ଉନତି ତାହାତ ସମୟ ଶାପକ୍ଷ୍ୟ । କଣାସ ଅଞ୍ଚଳରେ ବ୍ଲକ କାର୍ଯ୍ୟାଳୟ ର ସ୍ଥାନାନ୍ତରିତ କୁ ନେଇ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଚାଲିଛି ଅଙ୍କ କଷା କସି । ଗୋଟେ ପଟେ ସାସକ ଦଳ ବ୍ଲକ କାର୍ଯ୍ୟଳୟ ଅନ୍ୟତ୍ର ସ୍ଥାନାନ୍ତର ପାଈଁ ସରପଞ୍ଚ ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଙ୍କୁ ସମର୍ଥନ ପରେ ପ୍ରସ୍ଥାବ ରେ ନିଷ୍ପତ୍ତି ନେଇ ହଜାର ହଜାର ବିଜୁଜନତା ଦଳର କର୍ମୀ ମାନଙ୍କ ସହ ଏକ ବିଶାଳ ଜନ ସଙ୍କଳ୍ପ ମହାସଭା କରିଥିଲେ ।

ଅନ୍ୟପଟେ କଣାସ ନାଗରିକ ମଞ୍ଚ ମଧ୍ୟ ସାମ୍ବାଦିକ ସମିଳନୀ ଏବଂ ହଜାର ହଜାର ଜନସାଧାରଣ କୁ ନେଇ ଏକ ଗଣ ବିକ୍ଷୋବ ପ୍ରତିବାଦ ସଭା କରି ଉନୟନ ଅଧିକାରୀ ଙ୍କୁ ମୁକ୍ଷ୍ୟା ମନ୍ତ୍ରୀଙ୍କ ଉଦେସ୍ୟରେ ଏକ ଦାବିପତ୍ର ଦେଇଥିଲେ । କଣାସ ନାଗରିକ ମଞ୍ଚ କିନ୍ତୁ ତାର ଜିଦିରେ ଅଟଳ ବ୍ଲକ କାର୍ଯ୍ୟାଳୟ ଯେଉଁଠି ରହିଛି ସେହିଠି ହିଁ ପୂର୍ଣ ଉଧାର କରାଯାଉ । ଏହି ପ୍ରତିବାଦରେ ମଞ୍ଚ କଣାସ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅହରାତ୍ର ଆମରଣ ଅନସନ ରେ ବସିଛି । ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରସ୍ଥାବ ପ୍ରତିହାର କରାଯାଉ ।

କଣାସ ନାଗରିକ ମଞ୍ଚ ସହ ବିଧାୟକ ଆସି ଆଲଚନା କରନ୍ତୁ । ଯଦି ବିନା ଅନୁମତି ରେ କିଛି ନିଷ୍ପତି ନିୟନ୍ତୀ ତେବେ ଆଗାମୀ ଦିନରେ 20 ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଏକାଠି ହୋଇ ଆଇନି ଅମାନ୍ୟ ଆନ୍ଦଳନ ହେବାସହ ଅଖ ଚକ ବନ୍ଦ ଏବଂ ରାଜରାସ୍ଥ ରେ ନିଆଁ ଜଳିବ ବୋଲି ଦୃଢ଼ ଚେତାବନୀ ଦେଇଛି କଣାସ ନାଗରିକ ମଞ୍ଚ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ବିଜେପି ର ମିଶ୍ରଣ ପର୍ବ...

Thu Dec 23 , 2021
ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଂଚାୟତର ମିଶ୍ରଣ ପର୍ବ, ଅନ୍ଯ ରାଜନୈତିକ ଦଳ ପରିତ୍ୟାଗ କରି ପଦ୍ମ ଧରିଲେ ୨୦ ପରିବାର ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତ ପରିବର୍ତ୍ତନର ସ୍ରୋତ ଯାହା କି ଦିନକୁ ଦିନ ପ୍ରଖର ହେବାକୁ ।ଅନ୍ଯ ରାଜନୈତିକ ଦଳର ଶାସନ ରେ ବିମୁଖ ହୋଇ ଜନସାଧାରଣ ମାନେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଭାରତକୁ ସମୃଦ୍ଧ ଏବଂ ଶ୍ରେଷ୍ଠ କରିବା ଲକ୍ଷରେ ବିଜେପିରେ ଯୋଗଦାନ କରୁଛନ୍ତି। […]

You May Like

Pin It on Pinterest