ଆଜିର ଖାସ୍ ଖବର

୧-ଉଦଘାଟିତ ହେଲା ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ ୨୦୧୯, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨-ବିଗ୍ ବିଙ୍କ ବିଗ୍ ହାର୍ଟ, କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍‌କୁ ଦେଲେ ୧୧ ଲକ୍ଷ ଟଙ୍କା।

୩-ବଡ ବଡ କମ୍ପାନୀ ଉପରେ ବାକି ପଡିଛି ୨ ହଜାର ୯୪୯ କୋଟି ୬୬ ଲକ୍ଷ ଟଙ୍କାର ବିଜୁଳି ବିଲ୍।

୪-ଭୁବନେଶ୍ୱର: ଇଲେକ୍ଟ୍ରିକ୍ ବସ୍ ର ହେଲା ଡେମୋ ରନ,ଅଛି ହାଇଟେକ୍ ବ୍ୟବସ୍ଥା,ଜନତା ମଇଦାନ ନିକଟରେ ହେଲା ଅସ୍ଥାୟୀ ଚାର୍ଜିଂ ଷ୍ଟେସନ।

୫-ବିଜେଡିରେ ଯୋଗଦେଲେ ପ୍ୟାରୀଙ୍କ ଝିଅ ସିକ୍ତା ପତି।

୬-ବ୍ରହ୍ମପୁର:ଏଣିକି ସ୍କୁଲରେ ବାଜିବ ‘ଓ୍ବାଟର ବେଲ’,୩ ଥର ପାଣି ପିଇବେ ବିଦ୍ୟାର୍ଥୀ: ଗଞ୍ଜାମ ଜିଲ୍ଲା ପ୍ରଶାସନ।

୭-ରାଜ୍ୟରେ ଘାତକ କୀଟନାଶକ ପାରାକ୍ୱେଟ୍ ବିକ୍ରି, ଉତ୍ପାଦନ ଓ ପ୍ରୟୋଗ ସଂପୂର୍ଣ୍ଣ ନିଷେଧ।

୮-ମହାରାଷ୍ଟ୍ର: ରାତାରାତି ଖେଳ, ସକାଳୁ ସକାଳୁ ହେଲା ବିଜେପି ସରକାର।ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ମହାନାଟକ, ତିନି ଦଳର ଯାଚିକା ଉପରେ ଆଜି ସକାଳ ୧୧ଟା ୩୦ରେ ହେବ ଶୁଣାଣି।

୯-ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲି:ଆଜି ୯ ଟାରେ ପୁରାତନ ଛାତ୍ର ଛାତ୍ରୀମାନଙ୍କ ହେବ ମହାମିଳନ।
ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।

୧୦-ଏନଆଇଆଇଟି ୟୁନିଭର୍ସିଟିର ମୁଖ୍ୟ ହେଲେ କେ. କସ୍ତୁରୀ ରଙ୍ଗନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Nov 25 , 2019
୧-ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ,ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର। ୨-ନୂଆ ମୋଟର ଯାନ ଆଇନ:ଫାସଟ୍ଯାଗ ନ ଥିଲେ ଟୋଲ ଟିକସ ଦ୍ଵିଗୁଣିତ। ୩-ଭାଙ୍ଗିଲା ସରକାରଙ୍କ ନିଦ, ଖୋଲିଲେ ସୁଲଭ ମୂଲ୍ୟ ଦୋକାନ, ୫୦ ରୁ ୭୭ ଟଙ୍କାରେ ମିଳୁଛି ପିଆଜ। ୪-୫୦ ଲକ୍ଷ ଟଙ୍କା ଦେବାକୁ ଠିକାଦାରଙ୍କୁ ଧମକ, ଗିରଫ ହେଲେ ପାଞ୍ଚ ନକଲି ମାଓବାଦୀ । ୫-ପୁରୁଣା ପେନସନ ଓ ଗ୍ରେଡ଼-ପେ ପ୍ରସଙ୍ଗ:୩୦ରେ […]

You May Like

Pin It on Pinterest