
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ନୂଆ ବର୍ଷରେ ଶୁଭ ମନାସିବା ପାଇଁ ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ହଜାରହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଏ,ବାବା ଆଖଣ୍ଡଳମଣୀ ପୀଠରେ । ହେଲେ ମହାମାରୀ କରୋନା ର ନୂଆ ଭେରିଆଣ୍ଟ ଓମିକ୍ରନ ପାଇଁ ପୀଠରେ ଜାରୀ କରାଯାଇଥିବା ,କଟକଣା ଯୋଗୁ ଭକ୍ତଶୂନ୍ଯ ହୋଇଯାଇଛି ବାବା ଆଖଣ୍ଡଳମଣିଙ୍କ ପୀଠ।
ଏପରିକି ନୂଆବର୍ଷ ପାଇଁ ପୀଠରେ ସ୍ବତନ୍ତ୍ର ଏସଓପି ଜାରି କରାଯିବା ସହ ୧୪୪ ଧାରା ଜାରି କରାଯାଛି। ଅନ୍ଯପଟେ ମଣିବାବାଙ୍କ ସମସ୍ତ ଦୈନନ୍ଦିନ ନୀତିକାନ୍ତି ଓ ସେବାପୂଜା ସୀମିତ ସେବାୟତଙ୍କ ଦ୍ବାରା କରାଯାଉଛି। ଆରଡ଼ି ରୁ ଦେବକାନ୍ତ ମହାନ୍ତି ଙ୍କ ରିପୋର୍ଟ ବାସ୍ତବ ଟିଭି