ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆବର୍ଷର ଭେଟି…

ମନୋଜ ମହାନ୍ତି(ଭୁବନେଶ୍ୱର): ଆଜି ୨୦୨୨ର ପ୍ରଥମ ଦିନ ନୂଆବର୍ଷ,ଏହି ନୂଆ ବର୍ଷ ଅବସରରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିଷ୍ପତ୍ତି ଗ୍ରହଣ କରିଛନ୍ତିା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟସୀମାକୁ କୋହଳ କରି ସହୃଦୟତାର ସହ ମୁଖ୍ୟମନ୍ତ୍ରୀ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ସୂଚନାଯୋଗ୍ୟ ଯେ ,୨୦୨୧ ବର୍ଷର ଶେଷ ଦିନରେ ରାଜ୍ୟ ସରକାର ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ନୂତନ ଭାବେ ଅନୁଦାନପ୍ରାପ୍ତ ସ୍କୁଲ୍‌ର ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀମାନଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି। ସେମାନଙ୍କ ପାଇଁ ସପ୍ତମ ବେତନ କମିସନ୍‌ ଲାଗୁ କରାଯାଇଛି। ୨୦୨୨ ଜାନୁଆରି ୧ରୁ ସେମାନେ ବର୍ଦ୍ଧିତ ଦରମା ପାଇବେ। ଏହାଦ୍ବାରା ରାଜକୋଷ ଉପରେ ବର୍ଷକୁ ଅତିରିକ୍ତ ୨୯୨ କୋଟି ଟଙ୍କାର ବୋଝ ପଡ଼ିବ। ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହ୍ବାଟସ୍ ଆପ୍ ର ନୂଆ ସ୍କାମ! ସାବଧାନ! ଏହି ମେସେଜ ଉପରେ ଭୁଲ୍ ରେ କରନ୍ତୁନାହିଁ କ୍ଲିକ୍ …

Sun Jan 2 , 2022
ବାସ୍ତବବ୍ୟୁରୋ: ଦୈନ ଦିନ ଜୀବନରେ ମୋବାଇଲ ସମସ୍ତଙ୍କର ମୁଖ୍ୟ ଅଙ୍ଗ ପାଲଟିଥିବା ବେଳେ,ହ୍ବାଟସ ଆପ ସମସ୍ତଙ୍କ ସମ୍ପର୍କ ଯୋଡିବାର ମାଧ୍ୟମ ପାଲଟିଛି |ହେଲେ ବେଳେବେଳେ ଏହି ମାଧ୍ୟମ ଜରିଆରେ ଠକ ମାନେ ଆପଙ୍କ ସର୍ବସ୍ୱାନ୍ତ କରି ଦିଅନ୍ତି |ଏବେ ଏମିତି ଏକ ନୂତନ ହ୍ବାଟସ୍ ଆପ୍ ସ୍କାମ ସାମ୍ନାକୁ ଆସିଛି, ଯାହାର ନାମ ରେଡିରଫ୍ ଡଟ୍। ଗତ କିଛି ଦିନ ହେବ ଏହି ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପରେ ଏହି […]

You May Like

Pin It on Pinterest