ଆସନ୍ତା କାଲି ଖୋଲିବନି ପ୍ରାଥମିକ ସ୍କୁଲ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ…

ଭୁବନେଶ୍ୱର ୦୨।୦୧: ଆସନ୍ତା କାଲି ଖୋଲିବନି ପ୍ରାଥମିକ ସ୍କୁଲ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ, ରାଜ୍ୟରେ ଆସନ୍ତାକାଲି ଠାରୁ ଅର୍ଥାତ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ କରୋନା ସଂକ୍ରମଣ ସ୍ଥିତି ଓ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଛନ୍ତି । ତେଣୁ ଆସନ୍ତାକାଲି ଠାରୁ ଖୋଲିବାକୁ ଥିବା ପ୍ରାଥମିକ ଶ୍ରେଣୀର ନିଷ୍ପତ୍ତି ଉପରେ ରୋକ ଲାଗିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିଠାରୁ ଦେଶରେ ୧୫+ ମାନଙ୍କୁ କରୋନା ଟିକା, ୮ ଲକ୍ଷରୁ ଅଧିକ ପଞ୍ଜୀକୃତ ହୋଇଛନ୍ତି...

Mon Jan 3 , 2022
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଦେଶରେ ୧୫ରୁ୧୮ବର୍ଷର ପିଲାମାନଙ୍କୁ ଟୀକାକରଣ ଆଜି ଅର୍ଥାତ୍ ୩ ଜାନୁଆରୀରୁ ଆରମ୍ଭ ହୋଇଛି | ସୋମବାର ସକାଳ ପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ପିଲା ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏଥି ସହିତ, ଟୀକାକରଣର ମିଶ୍ରଣକୁ ଏଡାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପୃଥକ ଟୀକାକରଣ କେନ୍ଦ୍ର, ପୃଥକ ଧାଡି, ପୃଥକ ଅଧିବେଶନ ସ୍ଥାନ ଏବଂ ପୃଥକ ଟୀକାକରଣ ଦଳ ଗଠନ କରିବାକୁ […]

You May Like

Pin It on Pinterest