ମୋବାଇଲ ଟାୱାର ପାଇଁ,୫ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ ବର୍ଜନ,କୌଣସି ପଦବୀ ପାଇଁ ପ୍ରାର୍ଥୀ କଲେନାହିଁ ନାମାଙ୍କନ…

ନବୀନ ଦାସ(ଦେବଗଡ) ୨୧।୧-ମୋବାଇଲ ଟାୱାର ପାଇଁ,୫ଟି ଗ୍ରାମ ପଞ୍ଚାୟତରେ କୌଣସି ପଦବୀ ପାଇଁ ପ୍ରାର୍ଥୀ କଲେନାହିଁ ନାମାଙ୍କନ ।ନିର୍ବାଚନ ବର୍ଜନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନାବି ବିଫଳ ହୋଇଛି । ମୋବାଇଲ ଟାୱାର ନହେଲେ ଭୋଟ୍ ବର୍ଜନ ନିଷ୍ପତ୍ତିରେ ଅଟଳ ରହିଛନ୍ତି ଅଞ୍ଚଳବାସୀ । ଏହି ୫ଟି ଗ୍ରାମ ପଞ୍ଚାୟତ ହେଲା ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଝରାଗୋଗୁଆ, ଗଣ୍ଡମ, ପାରପୋଷୀ, ଡିମିରିକୁଦା ଓ ଝାରମୁଣ୍ଡା ଗ୍ରାମବାସୀ ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେବଗଡ ଜିଲ୍ଲାରେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ଏହି ୫ଟି ଗ୍ରାମ ପଞ୍ଚାୟତର ଅଧିବାସୀ ନିଷ୍ପତ୍ତି । ପ୍ରଥମେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ଝରାଗୋଗୁଆ, ପାରପୋଷୀ, ଡିମିରିକୁଦା ଓ ଗଣ୍ଡମ ଗ୍ରାମ ପଞ୍ଚାୟତ ଅଧିବାସୀ ମୋବାଇଲ ଟାୱାର ନଥିବା ଯୋଗୁଁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ ନିଷ୍ପତ୍ତି ନେଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଝାରମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିବାସୀ ।

ମୋବାଇଲ ଟାୱାର ନଥିବା ଯୋଗୁଁ ଏହି ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କଠାରୁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଦୁଇ ବର୍ଷ ଧରି ଅଞ୍ଚଳବାସୀ କରି ଆସୁଥିଲେ ମଧ୍ୟ ଫଳ ଶୂନ ।ସୂଚନା ଅନୁସାରେ,ଏନେଇ ଜିଲ୍ଲାର ଏହି ଅପହଞ୍ଚ ଇଲାକା ଭାବେ ପରିଚିତ ଲଇମୁରା ଅଞ୍ଚଳର ୫ଟି ଗ୍ରାମ ପଞ୍ଚାୟତ ଅଧିବାସୀଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲେବି ତାହା ବିଫଳ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବୃହସ୍ପତି ଫେବୃଆରୀ ୧୯ ରେ କୁମ୍ଭରେ ଅସ୍ତ ହେବ,ଏହି ୮ଟି ରାଶି ଭାଗ୍ୟ ଅର୍ଥ ଏବଂ ସଫଳତାର ଶୀର୍ଷରେ ପହଂଚିବ...

Sat Jan 22 , 2022
ଡ଼.ନବକିଶୋର ମିଶ୍ର ଗୁରୁ ଅର୍ଥାତ୍ ବୃହସ୍ପତି ୧୯ ଫେବୃଆରୀ ୨୦୨୨ ରେ ଶନିବାର ଦିନ ୧୦ :୨୩ ରୁ ୨୦ ମାର୍ଚ୍ଚ ୨୦୨୨ ରବିବାର ସନ୍ଧ୍ୟା ୭ .୫୦ ପର୍ଯ୍ୟନ୍ତ ଅସ୍ତ ହେବେ | ଜ୍ୟୋତିଷବିଶାରଦ ଡ଼.ନବକିଶୋର ମିଶ୍ର ଙ୍କ ମତରେ ,ବୃହସ୍ପତି ଗ୍ରହ ୨୦ ନଭେମ୍ବର ୨୦୨୧ ର ରାତିରେ ୧୧ .୧୭ ରେ କୁମ୍ଭ ରାଶିରେ ପ୍ରବେଶ କଲାବେଳେ ଧନିଷ୍ଠା ନକ୍ଷତ୍ରର ତୃତୀୟ ପର୍ଯ୍ୟାୟରେ ଗମନାଗମନ କରିଥିଲା। […]

You May Like

Pin It on Pinterest