୭୦ ଵର୍ଷୀୟା ବୃଦ୍ଧା ମା’ ଙ୍କୁ ବଞ୍ଚାଇଵା ପାଇଁ କୂଅକୁ ଡେଇଁଲା ପୁଅ…

କୋମନା: ବୟସର ଅପରାହ୍ନ ରେ ବାପା ମା ଆଜିର ସନ୍ତାନ ମାନଙ୍କ ପାଇଁ ବୋଝ ପାଲଟି ଥିବା ବେଳେ, ୭୦ ଵର୍ଷୀୟା ବୃଦ୍ଧା ମା’ ଙ୍କୁ ବଞ୍ଚାଇଵା ପାଇ କୂଅକୁ ଡେଇଁଲା ପୁଅ ।ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର କୋମନା ଵ୍ଳକ ସଦର ମହକୁମାର ଵଙ୍ଗଲାପଡାର ଘଟଣା । ଶନିଵାର ସକାଳେ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ, ସୁର୍ଯ୍ୟକିରଣ ପଡୁଥିଵା ନିଜ ଵାଡିରେ ଥିଵା କୂଅର ଚାନ୍ଦିନିରେ, ଶଶିପ୍ରଭା ପାଣିଗ୍ରାହୀ ନାମକ ଜଣେ ୭୦ ଵର୍ଷୀୟା ବୃଦ୍ଧା ଵସିଥିଵା ଵେଳେ ଅସାଵଧାନତା ହେତୁ କୂଅ ଭିତରକୁ ପଡ଼ିଯାଇଥିଲେ।

୨୦ ଫୁଟରୁ ଅଧିକ ଗଭୀର ଏହି କୂଅ ପଡ଼ି ଯାଇଥିବା ଦେଖି କୂଅ ପାଖରେ ଥିଵା ତାଙ୍କର ଏକମାତ୍ର ପୁଅ ସତ୍ୟ ନାରାୟଣ ପାଣିଗ୍ରାହୀ (୪୦) କୂଅ ଭିତରକୁ ଡେଇଁଥିଲେ। କାଳେ ମା ଅଣନିଶ୍ବାସୀ ହୋଇଯିଵେ ଭାଵି ସାଙ୍ଗେସାଙ୍ଗେ କୂଅ ଭିତରକୁ ଡେଇଁପଡି ମାକୁ ଧରି ରହିଥିଲେ। କିନ୍ତୁ ଉପରକୁ ଉଠିବା ସମ୍ଭବପର ହୋଇନଥିଲା ।

ଖବର ପାଇ ଅଗ୍ନିଶମଵାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା ଓ ପୁଅଙ୍କୁ ସୁରକ୍ଷିତତ ଭାଵରେ ଉଦ୍ଧାର କରିଥିଲେ। ଏବେ ଦୁହେଁ ସୁସ୍ଥ ଅଛନ୍ତିା ସମସ୍ତଙ୍କ ମୁହଁରେ ସତ୍ୟ ନାରାୟଣଙ୍କ ପ୍ରଶଂସା ।ଈଶ୍ୱର କରନ୍ତୁ ଏମିତି ପୁଅ ସବୁ ବାପା ମାଙ୍କୁ ମିଳୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ନେତାଜୀଙ୍କ ଜୀବନକୁ ନେଇ ୧୫ଟି ଭାସ୍କର୍ଯ୍ୟ କଳାକୃତି ପ୍ରଦର୍ଶନ ....

Sun Jan 23 , 2022
ଦୀପକ ବେଉରା(କଟକ): ଆଜି ଦେଶ ପାଳନ କରୁଛି ଭାରତ ମାତାର ସୁଯୋଗ୍ୟ ତଥା ଅତ୍ୟତମ ଯୋଗ୍ୟ ସନ୍ତାନ,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ।ଏଥିପାଇଁ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ, ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ବାରବାଟୀ […]

You May Like

Pin It on Pinterest