ଅସହାୟ ମହିଳାଙ୍କ ଶବ ସତ୍କାର କଲେ ଯୁବ ସରପଞ୍ଚ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗାଁ ଗହଳିରେ କଥାରେ ଅଛି ” ଆଶ୍ରିତ ଜନ ରକ୍ଷା ପାଇଁ , ଦଳପତି ସିନା ସାଜିଛି ମୁହିଁ ” । ହେଲେ ଏହାକୁ କାମରେ କରି ଦେଖାଇଛନ୍ତି ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ର ଯୁବ ସରପଞ୍ଚ ପ୍ରଭାସ ନାୟକ ।

ବାତ୍ୟା ହେଉ ଅବା ବନ୍ୟା ବା କରୋନା ପରି ମହାମାରୀ । ସବୁବେଳେ ସବୁ ସମୟରେ ଲୋକଙ୍କ ପାଖରେ ପହଞ୍ଚନ୍ତି ଲୋକଙ୍କ ଦୁଃଖ ସୁଖ ର କଥା ବୁଝନ୍ତି । ଯେଉଁଥି ପାଇଁ ଲୋକ ପ୍ରିୟତା କମାଇବାରେ ବିରୋଧୀଙ୍କ ଶତଚେଷ୍ଟା ଫେଲ ମାରିଛି ।

ଏମିତି ଜଣେ ମଣିଷ ହେଉଛନ୍ତି ଚାନ୍ଦବାଲି ବ୍ଳକର ଭାଟପଡ଼ା ଗ୍ରାମପଞ୍ଚାୟତର ବିଜୁଜନତା ଦଳର ଯୁବ ସରପଞ୍ଚ ପ୍ରଭାସ ନାୟକ । ଉକ୍ତ ପଞ୍ଚାୟତର ରଘୁନାଥ ଜୀଉ ପାଟଣା ଗ୍ରାମର ଅସହାୟ ମହିଳା ଅଯୋଧ୍ୟା ପଲାଇଙ୍କ ର ମୃତ୍ୟୁ ଘଟିଥିଲା । ତାଙ୍କର କେହି ସାହା ଭରସା ବା ସମ୍ପର୍କୀୟ ନ ଥିବାରୁ ଶବଦାହ ହୋଇପାରୁ ନଥିଲା । ସରପଞ୍ଚ ପ୍ରଭାସ ନାୟକ ଏ ଖବର ପାଇବା ପରେ ଗ୍ରାମର କିଛି ଯୁବକ ଓ ବୁଦ୍ଧିଜୀବୀ ମାନଙ୍କ ସାହାଯ୍ୟ ରେ ନିଜ କାନ୍ଧରେ ମହିଳାଙ୍କ ଶବ ମଶାଣୀକୁ ନେଇ ସତ୍କାର କଲେ । ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ କର୍ମ ସମାପନ କରାଯାଇଥିବା ପ୍ରଭାସ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣ ଅନ୍ୟ କୌଣସି ଚାର୍ଜରରେ ଆପଣଙ୍କର ସ୍ମାର୍ଟଫୋନ୍ ଚାର୍ଜ କରନ୍ତି କି ? ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା...

Tue Jan 25 , 2022
ଆଜିକାଲି ହାଇ-ଟେକ୍ ସ୍ମାର୍ଟଫୋନର ଚାର୍ଜରଗୁଡ଼ିକ ମଧ୍ୟ ବହୁତ ଉନ୍ନତ ହୋଇଛି | ସାଧାରଣ ଚାର୍ଜର ତୁଳନାରେ ନୂତନ ଚାର୍ଜିଂ ଟେକ୍ନୋଲୋଜି ସହିତ ଏହି ଚାର୍ଜରଗୁଡ଼ିକ ମଧ୍ୟ ମହଙ୍ଗା | ଏଥି ସହିତ, ଆଜିକାଲି ଏକ ଧାରା ଦେଖାଯାଉଛି, ଯେଉଁଥିରେ ବଡ କମ୍ପାନୀଗୁଡିକ ସେମାନଙ୍କର ପ୍ରିମିୟମ ସ୍ମାର୍ଟଫୋନ୍ ସହିତ ଚାର୍ଜର ପ୍ରଦାନ କରୁନାହାଁନ୍ତି | ଏହି ସ୍ମାର୍ଟଫୋନ୍ କିଣୁଥିବା ଉପଭୋକ୍ତାଙ୍କୁ ଚାର୍ଜର ପାଇଁ ଅଲଗା ପଇସା ଦେବାକୁ ପଡିବ | ଆଇଫୋନ୍ […]

You May Like

Pin It on Pinterest