ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ରାଜଧାନୀରେ ଛୁରା ମାଡ଼…

ଭୁବନେଶ୍ଵର: ୨୮।୦୧-କିଛିଦିନ ଯାଇନି ସୈନିକ ସ୍କୁଲ ସାମ୍ନାରେ ଘଟିଥିବା ଛୁରାମାଡ ହତ୍ୟା ଘଟଣା ।ଲୋକଙ୍କ ମନରୁ ଏପରି ଏକ ମର୍ମନ୍ତୁତ ଘଟଣା ନ ଲିଭୁଣୁ ପୁଣି ରାଜଧାନୀରେ ଛୁରା ମାଡ଼ ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ। ଜଣେ ଯୁବକ ଗୁରୁତର ହୋଇଥିବା ବେଳେ, ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ହୋଇଛି ଏପରି ଘଟଣା ।ଘଟଣାଟି ଶୈଳଶ୍ରୀବିହାର ଅଞ୍ଚଳରେ ଘଟିଛି। ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ପୋଲିସ ଅଟକ ରଖିଛି ।

ସୂଚନା ଅନୁସାରେ,ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ ହୋଇଛି । ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଭଲ ପାଉଥିଲେ। ଏହାକୁ ନେଇ ଛୁରାମାଡ ହୋଇଥିବା କୁହାଯାଉଛି। ଅଭିଯୁକ୍ତ ଏବଂ ଆହତ ଉଭୟ ଯୁବକ ଇଞ୍ଜିନିୟରିଂ ଛାତ୍ର। ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେବ୍ରୁଆରୀ ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର...

Fri Jan 28 , 2022
ପୁରୀ(ତ୍ରିନାଥ ବାରିକ):ଫେବ୍ରୁଆରୀ ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ଅର୍ଥାତ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଖୋଲିବ ଶ୍ରୀମନ୍ଦିର। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ଶ୍ରୀବିଗ୍ରହଙ୍କ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରର ସବୁ ସେବାୟତ […]

You May Like

Pin It on Pinterest