କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଚୁକ୍ତିଭିତ୍ତିକ କର୍ମଚାରୀ ବକେୟା ଦରମାକୁ ନେଇ ହଂଗାମା…

ପ୍ରମୋଦ ନାୟକ(ଭୁବନେଶ୍ବର): ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନକୁ ନେଇ,କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି।ଚୁକ୍ତିଭିତ୍ତିକ କର୍ମଚାରୀ, ସମନ୍ବିତ ରୋଗ ନିରୂପଣ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି।

ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ,ଏକ ଘରୋଇ କମ୍ପାନି ଟେକମେଡ ହେଲଥ କେୟାର(ନିଦାନ)କୁ ରୋଗ ନିରୂପଣ କରିବା ପାଇଁ ଏକ ଲ୍ୟାବ ଦିଆଯାଇଥିଲା। ହେଲେ ସେଠି କାମ କରୁଥିବା କର୍ମଚାରୀମାନଙ୍କୁ ୪ ମାସର ଦରମା ଦିଆଯାଇ ନାହିଁ। ଏହା ସହିତ କୋଭିଡ ପାଇଁ ଯେଉଁ ସହାୟତା ରାଶି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ନିଦାନକୁ ଦିଆଯାଇଥିଲା ତାହା ମଧ୍ୟ ମିଳିନାହିଁ।

ତେଣୁ ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନ କରିବା ଦାବିରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଲ୍ୟାବର କୌଣସି କାମ କରାଯିବ ନାହିଁ ବୋଲି କର୍ମଚାରୀମାନେ ଆଜି ଚେତାବନୀ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡିଜିଟାଲ ମୁଦ୍ରା ଏବେ ଭାରତରେ, ପ୍ରତ୍ୟେକ କାରବାର ଉପରେ ବ୍ଲକ୍ ଚେନ୍ ଟେକ୍ନୋଲୋଜିର"ନଜର"ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା....

Tue Feb 1 , 2022
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଡିଜିଟାଲ ମୁଦ୍ରା ସମ୍ବନ୍ଧରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୨୨ -୨୩ ବର୍ଷରେ ଡିଜିଟାଲ ମୁଦ୍ରା ଭାରତରେ ଆସିବ। ବିଶେଷ କଥା ହେଉଛି ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯିବ। ବ୍ଲକ୍ ଚେନ୍ ଟେକ୍ନୋଲୋଜି ଉପରେ ଡିଜିଟାଲ୍ ରୁପି ଆଧାରିତ ହେବ | ବ୍ଲକ୍ ଚେନ୍ ଟେକ୍ନୋଲୋଜି ଉପରେ ଆଧାରିତ କାରବାରକୁ ବଦଳାଯାଇପାରିବ ନାହିଁ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ […]

You May Like

Pin It on Pinterest