
ପ୍ରମୋଦ ନାୟକ(ଭୁବନେଶ୍ୱର):୦୮/୦୨- ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କ ପାଇଁ ପ୍ଲେ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଲେ ।ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି । ଫେବୃଆରୀ ୧୪ରୁ ପ୍ରି-ସ୍କୁଲର ଏକାଡେମିକ୍ ବର୍ଷ ୨୦୨୧-୨୨ ପାଇଁ ଖୋଲିବ ସ୍କୁଲ । ସ୍କୁଲ ପରିଚାଳନା କମିଟି,କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ସ୍କୁଲ ଖୋଲିବା ପାଇଁ ସରକାର ନିର୍ଦ୍ଧେଶ ଦେଇଛନ୍ତି ।
ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ , ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସହାୟକ କୋଭିଡ୍ର ଦୁଇଟି ଯାକ ଡୋଜ ନେଇଥିବା ଅନିବାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏଥିସହିତ ସ୍କୁଲ କର୍ତ୍ତୃପକ୍ଷ ଛୋଟ ଛୋଟ ଶିଶୁ ମାନଙ୍କର ଭଲରେ ଯତ୍ନ ନେବାକୁ ରାଜ୍ୟ ସରକାର ନିିର୍ଦ୍ଦେଶ ଦେଇଛନ୍ତି ।