
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୧୦।୦୨- ରାଜ୍ୟରେ ଖସୁଛି କରୋନା ସଂକ୍ରମିତ ପାରଦ ।ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ମିଳିଥିବା ସୂଚନା ଅନୁଯାଇ,ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୩୦୦୩ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୮୬୨ ଜଣ ରହିଥିବା ବେଳେ ୬୧୮ ଜଣ ସ୍ଥାନୀୟ ସଂକ୍ରମିତ । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୩୪ଜଣ ସଂକ୍ରମିତ ଅଛନ୍ତି ।
ଗତ ୨୪ ଘଂଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୬୩ଜଣ ଥିବାବେଳେ,ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ୧୩୯ଜଣ ସଂକ୍ରମିତ ।ଏଥିସହ ଅନୁଗୁଳ ଜିଲ୍ଲାରୁ ୭୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪ଜଣ, ବରଗଡ଼ ଜିଲ୍ଲାରୁ ୨୫ଜଣ, ଭଦ୍ରକ ଜିଲ୍ଲାରୁ ୨୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୭ଜଣ, ବୌଦ୍ଧ ଜିଲ୍ଲାରୁ ୩୬ଜଣ, କଟକ ଜିଲ୍ଲାରୁ ୧୩୩ଜଣ, ଦେଓଗଡ଼ ଜିଲ୍ଲାରୁ ୨୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩ଜଣ, ଗଜପତି ଜିଲ୍ଲାରୁ ୪୩ଜଣ, ଗଞ୍ଜାମ ଜିଲ୍ଲାରୁ ୨୭ଜଣ, ଜଗତସିଂହପୁର ଜିଲ୍ଲାରୁ ୪୩ଜଣ, ଯାଜପୁର ଜିଲ୍ଲାରୁ ୭୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୯ଜଣ, କଳାହାଣ୍ଡି ଜିଲ୍ଲାରୁ ୪୧ଜଣ, କନ୍ଧମାଳ ଜିଲ୍ଲାରୁ ୧୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୯ଜଣ, କେନ୍ଦୁଝର ଜିଲ୍ଲାରୁ ୩୪ଜଣ, କୋରାପୁଟ ଜିଲ୍ଲାରୁ ୫୮ଜଣ, ମାଲକାନଗିରି ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫ଜଣ, ନୟାଗଡ଼ ଜିଲ୍ଲାରୁ ୫୯ଜଣ, ନୂଆପଡ଼ା ଜିଲ୍ଲାରୁ ୫୭ଜଣ, ପୁରୀ ଜିଲ୍ଲାରୁ ୩୭ଜଣ, ରାୟଗଡ଼ା ଜିଲ୍ଲାରୁ ୪୭ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ଜଣ, ସୋନପୁର ଜିଲ୍ଲାରୁ ୨୭ଜଣଏବଂ ଷ୍ଟେଟ ପୁଲ୍ରୁ ୩୬ଜଣ ସଂକ୍ରମିତ ରହିଛନ୍ତି ।