
ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୦୨-୩ – ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତ ମତୋ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାକ୍ଟର ଗାଡ଼ିକୁ ଜଣେ ବାଇକ ଆରୋହୀ ଧକ୍କାଦେଇ ଗରୁତ୍ଵର ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ମତୋ ପୋଲିସ ପହଁଚି ଯୁକକଙ୍କୁ ୧୦୮ ଗାଡ଼ିରେ ଚାନ୍ଦବାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।
ଗରୁତ୍ବର ଅବସ୍ଥାରେ ଯୁବକ ଜଣକଙ୍କ ମେଡ଼ିକାଲରେ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଡ଼ାକ୍ତର ସୂଚନା ଦେଇଛନ୍ତି । ମୃତକ ଜଣକ ହେଉଛନ୍ତି ନରେନ୍ଦ୍ରପୁର ଗାଁର ଗଙ୍ଗାଧର ମାଝାଙ୍କ ପୁଅ ରମେଶ ମାଝା ବୋଲି ସୂଚନା ମିଳିଛି ।