
ଦୀପକ ବେଉରା(କଟକ): ଜଳିଗଲା ଅମାଜନ ପର୍ଶଲ୍ ବୋଝେଇ କଣ୍ଟେନର ସହ ଆଉ ଏକ ଗାଡ଼ି। କଟକ ଶିଖରପୁରରେ ଘଟିଛି ଏହି ଦୁର୍ଘଟଣା। ଘନ କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି ।
ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି,ରାସ୍ତା କଡରେ ଖରାପ ହୋଇ ଠିଆ ହୋଇଥିବା ଏକ ବୋଲେରୋକୁ ଘନ କୁହୁଡିରେ ଦେଖି ନ ପାରି ଏହି କଣ୍ଟେନର ଡିଭାଇଡରରେ ପିଟି ହୋଇ ନିଆଁ ଲାଗିଯାଇଥିଲା ।



