
ମନୋଜ ମହାନ୍ତି(ଭୁବନେଶ୍ୱର): ୨୨।୦୩ -ରାଜ୍ୟର ୧୦୬ଟି ଏନ୍ ଏସି/ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ୨୪ତାରିଖରେ ନିର୍ବାଚନ ।ନିର୍ବାଚନ ପାଇଁ ଆଜି ସଂଧ୍ୟା ୫ଟାରେ ସରିବ ପ୍ରଚାର । ତେଣୁ ପ୍ରାର୍ଥୀମାନେ ଆଜି ଜିଜାନ୍ ଲଗାଇ ପ୍ରଚାର ମଇଦାନକୁ ବାହାରି ପଡ଼ି଼ଡେନି। କେଉଁଠି ରାଲି ତ କେଉଁଠି ବୁଲିଲାଣି ପ୍ରଚାର ଗାଡି, କେମିତି ଲୋକଙ୍କ ପାଖରେ ପହଞ୍ଚିବେ ସେନେଇ ପ୍ରାର୍ଥୀମାନଙ୍କ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ ।ସେ ଦଳୀୟ ପ୍ରାର୍ଥୀ ହୁଅନ୍ତୁ ବା ସ୍ୱାଧୀନ ନିଜ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ମନାଇବାରେ ବ୍ୟସ୍ତ। ସେଥିପାଇଁ ବିଭିନ୍ନ ଷ୍ଟ୍ରାଟେଜି ଆପଣାଉଛନ୍ତି ପ୍ରାର୍ଥୀ ।
ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ଜୋରଦାର ଚାଲିଛି ଶେଷ ଦିନର ପ୍ରଚାର ।ଜନ ସମର୍ଥନ ସାଉଁଟିବାକୁ ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଇଦାନରେ ପୁରା ଦମ୍ ଲଗାଇଦେଇଛନ୍ତି।ନିର୍ବାଚନ ପାଇଁ ଏବେ ଚଳଚଞ୍ଚଳ ହୋଇପଡିଛି ସହର ରାଜନୀତି ।ପ୍ରଚାରରେ କଂପୁଛି ବଜାର ଘାଟ ଗଳି କନ୍ଦି ।
ଏହି ନିର୍ବାଚନକୁ ନେଇ ନିର୍ବାଚନ କମିଶନ ଲଗାଇଛନ୍ତି କଟକଣା ।ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ହେଉଥିବା ସମସ୍ତ ସହରାଞ୍ଚଳରେ ୫ଦିନ ପାଇଁ ମଦ ବିକ୍ରି ଉପରେ ରୋକ୍ ଲାଗିଛି। ଆଜି ସଂଧ୍ୟା ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, ରେସ୍ତୋରାଁ, ହୋଟେଲ, ତାରକା ହୋଟେଲ, କ୍ଲବରେ ମଦ ବିକ୍ରି ହୋଇପାରିବନି ବୋଲି କୁହାଯାଇଛି। ଯେଉଁ ଅଞ୍ଚଳରେ ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା ରହିପାରିବେ ନାହିଁ।



