
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଭଦ୍ରକ ଜିଲା ପିରାହାଟ ଥାନା ଅଧିନସ୍ଥ ଶ୍ଯାମସୁନ୍ଦରପୁର ଗାଁ ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ କୁମ୍ଭୀର ଝାମ୍ଫ ମାରିଥିଲା। ଏପରି ଝାମ୍ଫ ମାରି ଜଣକୁ(ଗଗନ ଦାସ) କୁମ୍ଭୀର ଆକ୍ରମଣ କରିଥିଲା।
ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ ମଧ୍ଯ ଗୁରୁତ୍ବର ଥିବାରୁ ତାଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନନ୍ତର କରାଯାଇଥିବା ପରିବାର ଲୋକ କହିଛନ୍ତି। ଅନ୍ଯପଟେ ଗାଁ ଲୋକକୁମ୍ଭୀରକୁ ବାନ୍ଧି ଏକ ପୋଖରୀରେ ରଖି ବନଖଣ୍ଡ ବିଭାଗକୁ ଖବର ଦେଇଛନ୍ତି।