
ଶାନ୍ତନୁ ପଣ୍ଡା(ବିନିକା) ୨୬।୦୩ :ବିନିକା ଏନଏସି ନିର୍ବାଚନରେ ବିଜେଡ଼ିର ବଡ ଜିତ ।ଏନଏସିର ୧୨ ୱାର୍ଡରୁ ୧୧ଟିରେ ବିଜେଡିର ବାଜିମାତ l ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ଭୋଇ ୨୮୧୨ ଖଣ୍ଡ ଭୋଟରେ ବିଜୟୀ ହେଇଛନ୍ତି l ସେହିପରି ବିଜେପି ଗୋଟିଏ ୱାର୍ଡରେ ବିଜୟୀ ହୋଇଛି l
ବିନିକା ଏନଏସି ଅଧ୍ୟକ୍ଷ ଭାବରେ ବିଜେଡିର ସୁବାଷ ଚନ୍ଦ୍ର ଭୋଇ ବିଜୟୀ ହେବା ପରେ ୧୨ ଗୋଟି ୱାର୍ଡର ସମସ୍ତ ଜନତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେବାସହ ସମସ୍ତ ସରକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ କାମ କରିବେ ବୋଲି କହିଛନ୍ତି । ଏନଏସିର ସମସ୍ତ ଅଧୁରା କାର୍ଯ୍ୟକୁ ଖୁବ୍ କମ୍ ସମୟରେ ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ଵ ଦିଆଯିବ ବୋଲି ସେ ମଧ୍ୟ କହିଛନ୍ତି l ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟୀ ହେବା ପରେ ବିଜେଡି ପକ୍ଷରୁ ଶୋଭାଯାତ୍ରା କରାଯାଇଛି ।