ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାମଚଳା ବଜେଟରେ କାହାପାଇଁ କେତେ ବ୍ୟୟବରାଦ…

ଭୁବନେଶ୍ବର : ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥକ ବର୍ଷର ପ୍ରଥମ ୪ ମାସ (ଏପ୍ରିଲ-ଜୁଲାଇ) ପାଇଁ, ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଲେଖାନୁଦାନ ବା କାମଚଳା ବଜେଟ୍ ଆଗତ କରିଛନ୍ତି । ଏହି ଆର୍ଥିକ ବର୍ଷରେ ରାଜସ୍ବ ବଳକା ରାଜ୍ୟ ଜିଡିପିର ୨.୭ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଆର୍ଥିକ ନିଅଣ୍ଟ ରାଜ୍ୟ ଜିଡିପିର ୩ ପ୍ରତିଶତ ରହିବା ଅଟକଳ କରାଯାଇଛି । କେଉଁ ଯୋଜନାରେ ସରକାର କେତେ ଟଙ୍କାର ବ୍ୟୟ ବରାଦ କରିଛନ୍ତି ତା’ର ସବିଶେ‌ଷ ସୂଚନା ଆସନ୍ତୁ ଜାଣିବା ।

  • ଏହି ଲେଖାନୁଦାନରେ ଯୋଜନା ବ୍ୟୟ ପାଇଁ ମୋଟ ୧ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି ।
  • କାଳିଆ ଯୋଜନା ପାଇଁ ୧୮୭୪ କୋଟିର ବ୍ୟୟବରାଦ କରାଯାଇଛି ।
  • କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦,୩୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
  • ଜଳସେଚନ ପାଇଁ ୮୫୨୩ କୋଟିର ବ୍ୟୟବରାଦ କରାଯାଇଛି ।
  • ବିଜୁ କୃଷକ କଲ୍ୟାଣ ଯୋଜନା ପାଇଁ ୪୨୨ କୋଟିର ବ୍ୟୟବରାଦ କରାଯାଇଛି ।
  • ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୬,୪୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
  • ସ୍ବାସ୍ଥ୍ୟ ପାଇଁ ୧୨,୨୪୧ କୋଟିର ବ୍ୟୟବରାଦ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୮୬୪ କୋଟି ।
  • ବସୁଧା ଓ ଜଳ ଜୀବନ ମିଶନ ଅଧିନରେ ପାନୀୟ ଜଳ ଯୋଗାଣ ପାଇଁ ୮,୨୫୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
  • ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ବିକାଶ ପାଇଁ ଉଦ୍ଦିଷ୍ଟ କେତେକ ନିର୍ଦ୍ଦିଷ୍ଟ ଯୋଜନା ନିମନ୍ତେ ୩୩,୨୦୩ କୋଟିର ବ୍ୟୟବରାଦ କରାଯାଇଛି ।
  • ମିଶନ ଶକ୍ତି ପାଇଁ ୨୦୦୦ କୋଟିର ବ୍ୟୟବରାଦ କରାଯାଇଛି ।
  • ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପାଇଁ ମିଳିତଭାବେ ୫୯୦୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
  • ମନରେଗା ପାଇଁ ୨୦୦୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
  • ଶିଳ୍ପ ଭିତ୍ତିଭୂମି ପାଇଁ ୧୬୩୫ କୋଟିର ବ୍ୟୟବରାଦ କରାଯାଇଛି ।
  • ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୧୦ କୋଟିର ବ୍ୟୟବରାଦ କରାଯାଇଛି । ଏହା ମଧ୍ୟରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୨୨୪୬ କୋଟି ଟଙ୍କା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୯୬୪ କୋଟି ଅନ୍ତର୍ଭୁକ୍ତ ।
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତର ଦିର୍ଘତମ ଟନେଲ୍-ଜୋଜିଲା ପ୍ରୋଜେକ୍ଟ...

Thu Mar 31 , 2022
ଶ୍ରୀନଗର: ଷ୍ଟ୍ରାଟେଜିକ୍ ଜୋଜିଲା ଟନେଲ୍ ଉପରେ କାମ, ଯାହା ଲଦାଖ ଅଞ୍ଚଳ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟରେ ପାଣିପାଗ ସଂଯୋଗ ଯୋଗାଇବ, କାଶ୍ମୀରର ଶତାଧିକ ସ୍ଥାନୀୟ ଲୋକ ଏହା ଦ୍ୱାରା ଚାଳିତ | ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ହାଇଦ୍ରାବାଦ କମ୍ପାନୀ ମେଗା ଇଞ୍ଜିନିୟରିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (MEIL) କହିଛି ଯେ ସ୍ଥାନୀୟ ଶ୍ରମିକ ଏବଂ ଇଞ୍ଜିନିୟର୍ମାନଙ୍କ ଦ୍ୱାରା ଟନେଲିଂରେ ପାରଦର୍ଶୀତା ନିର୍ଦ୍ଧାରିତ ସମୟ ପୂର୍ବରୁ ସେମାନଙ୍କ ଲକ୍ଷ୍ୟ […]

You May Like

Pin It on Pinterest