
ମାନସ ମହାନ୍ତି(ଭୁବନେଶ୍ୱର):୩୧/୦୩- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ନଜରରେ ରଖି ବଦଳିଲା ସ୍କୁଲ ସମୟ । ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ ।ଅର୍ଥାତ ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ଗଣଶିକ୍ଷା ବିଭାଗ ଗତକାଲି ନିଷ୍ପତ୍ତି ନେଇଥିଲେ ।
ହେଲେ ଆଜି ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ aଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ ଏବେ ୬.୩୦ରୁ ୧୦ଟା ପରିବର୍ତ୍ତେ ୧୦.୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲରେ ପାଠପଢ଼ିବେ । ସେହିପରି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଭାଗ କହିଥିବା ବେଳେ ଏଥିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ୭ଟାରୁ ୧୧ଟା ପରିବର୍ତ୍ତେ ୧୧.୩୦ ପର୍ଯ୍ୟନ୍ତ ସ୍କୁଲରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯିବ ।



