କିନ୍ନର ସମାଜର ବହୁଚରା ମାତାଙ୍କ ପୂଜା ନର୍ଲା ରୋଡ଼ ରେ ପାଳିତ…


ସନ୍ତୋଷ ପାତ୍ର(ନର୍ଲା):କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲା ରୋଡ ଠାରେ ସେବାକାରୀ କିନ୍ନର ମାନଙ୍କ ଅଧିଷ୍ଠାତ୍ରୀ ଦେବୀ ବହୁଚରା ମାତା ଙ୍କ ପୂଜା ମହା ଆଡମ୍ବର ସହିତ ପାଳନ କରାଯାଇଛି ।ନର୍ଲା ରୋଡ ଠାରେ କଳାହାଣ୍ଡି ଜିଲ୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ତିନିଦିନ ଧରିଚାଲିଥିଲା, କଳସ ଯାତ୍ରା ସହିତ ମା ବହୁଚାର ମାତା ଙ୍କ ପୂଜା କରିବା ପାଇଁ ଓଡ଼ିଶା ର ବିଭିନ୍ନ ସହର ଠାରୁ ଗା ପଯ୍ୟନ୍ତ କିନ୍ନର ମାନେ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଶ୍ଚମ୍ ଓଡ଼ିଶା ଯାଦବ ସମାଜ ସଭାପତି ଶ୍ରୀଯୁକ୍ତ ବଳରାମ ସିଂ ଯାଦବ ଓ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲ ।ଏହି ମହାନ ପର୍ବରେ କିନ୍ନର ମାନେ ନାଚଗୀତ ସହିତ୍ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ନିଜର ପ୍ରତିଭା ପଦର୍ଶନ୍ କରିଥିଲେ ।

ଅଞ୍ଚଳର ସମାଜସେବୀ ଏବଂ ବିଭିନ୍ନ ସଙ୍ଗଠନ ମାନଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା କରି ପୁଷ୍ପଗୁଚ୍ଛ ଦେଈ ମାନପତ୍ର ସେବାକାରୀ କିନ୍ନର ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ,ଡି, ଏସ,ପି ରେଣୁକା ସୁନା, ସର୍ଗିଗୁଡ଼ା ପଞ୍ଚାୟତ ସରପଞ୍ଚ ଦୀପଜାଳି ବୁଦ୍ଧିଆ ମୋହୋଦୟା ଚିରଞ୍ଜିବୀ ଗୌଡିଆ ଙ୍କ ସହିତ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ଏବଂ ଦୀପକ ସାହୁ, ମୋହନ ଭଟ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାତୀୟ ସ୍ୱାର୍ଥ ସାମ୍ନାରେ ଧମକକୁ ଭୟ କରେନି ଭାରତ, ଆମେରିକା ଆଖି ଦେଖାଉ କି ବ୍ରିଟେନ କ୍ରୋଧିତ ହଉ ,ଭାରତ-ରୁଷର ବନ୍ଧୁତା ଭାଙ୍ଗିବ ନାହିଁ...

Sat Apr 2 , 2022
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ କ୍ରୋଧିତ ପାଶ୍ଚାତ୍ୟ ଦେଶମାନଙ୍କୁ ଭାରତ ସ୍ପଷ୍ଟ ଶବ୍ଦରେ ସ୍ପଷ୍ଟ କରିଛି। ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ଏହାର ବାଣିଜ୍ୟ ଚୁକ୍ତିନାମା ଜାରି ରଖିବ। ଆମେରିକାର ଡେପୁଟି ଏନଏସଏସ ଦଲିପ ସିଂଙ୍କୁ ଭାରତୀୟ ଅଧିକାରୀଙ୍କ ଅସନ୍ତୋଷ ସମ୍ପର୍କରେ ଅବଗତ କରାଯାଇଛି। ଏହାର ପରିଣାମକୁ ଧମକ ଦେଇ ଦିଲିପଙ୍କୁ ଏହାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଭାରତ ସହିତ ପରାମର୍ଶ ନକରିବାକୁ କୁହାଯାଇଛି। ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଭାରତ […]

You May Like

Pin It on Pinterest