ଆଜି ୫୮ ଏନ୍ଏସି ଓ ୪୭ ପୌର ପରିଷଦର ଉପାଧ୍ୟକ୍ଷ ପାଇଁ ନିର୍ବାଚନ…

ଭୁବନେଶ୍ୱର ୦୭।୦୪ : ଆଜି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ହେବ ନାମାଙ୍କନ ।୫୮ ଏନ୍ଏସି ଓ ୪୭ ପୌର ପରିଷଦର ଉପାଧ୍ୟକ୍ଷ ପାଇଁ ହେବ ନିର୍ବାଚନ । ୧୧ଟାରୁ ୧୨ ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ । ଦିନ ଗୋଟାଏ ଯାଏ ଚାଲିବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା। ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଯାଏ ହେବ ମତଦାନ । ମତଦାନ ଶେଷହେଲେ ଗଣତି ଓ ଫଳାଫଳ ପ୍ରକାଶ ହେବ ।

କଟକ,୮ ତାରିଖରେ ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମ ୯ ତାରିଖରେ ଡେପୁଟି ମେୟର ପଦ ପାଇଁ ହେବ ନିର୍ବାଚନ। ମହାନଗରଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ । ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ । ମତଦାନ ପରେ ସେହିଦିନ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତାକାଲି ଠାରୁ ଏପ୍ରିଲ୍ ୨୪ ପର୍ଯ୍ୟନ୍ତ,ଏହି ୫ ଟି ରାଶିର ଭାଗ୍ୟ ଜାଗ୍ରତ ହେବ…

Thu Apr 7 , 2022
ଡ଼.ନବକିଶୋର ମିଶ୍ର ବୁଧ ଗ୍ରହ କୁ ବକ୍ତବ୍ୟ ଏବଂ ବ୍ୟବସାୟର କାରକ ଭାବରେ ବିବେଚନା କରାଯାଏ | ବୁଧଙ୍କ ରାଶି ପରିବର୍ତ୍ତନ ଶୁକ୍ରବାର, ଏପ୍ରିଲ ୦୮ ରେ ଘଟିବ | ଏହି ଦିନ, ବୁଧ ମୀନ ଛାଡି ରାତି ୧୨ :୦୫ରେ ମେଷ ରାଶିରେ ପ୍ରବେଶ କରିବ | ବୁଧ ଏପ୍ରିଲ ୨୪ , ରବିବାର ପର୍ଯ୍ୟନ୍ତ ମେଷ ରାଶିରେ ରହିବେ | ମେଷ ରାଶିରେ ପ୍ରବେଶ କରିବା ଦ୍ୱାରା […]

You May Like

Pin It on Pinterest