
ଆଶିଷ ନାୟକ(ଆଳି): ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ଆଳି ମହିଳା ଫୁଟବଲ୍ ଖେଳର ଉନ୍ନତି ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଗ୍ରୁପ୍ ଅଫ୍ ଓମେନ୍ ଫୁଟବଲ ଭୁବନେଶ୍ଵର ତରଫରୁ ଏକ ଗ୍ରାସ ରୁଟ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ମହିଳା ଫୁଟବଲର ଅନ୍ତୁଡ଼ିଶାଳ କୁହାଯାଉଥିବା ସେଣ୍ଟରରୁ କିପରି ତୃଣମୂଳ ସ୍ତରରୁ ଆହୁରି ଅଧୁକ ମହିଳା ଫୁଟବଲ ଖେଳାଳି ସୃଷ୍ଟି ହୋଇପାରିବେ ସେଥିଲାଗି ଏକ ଦିନିକିଆ ତାଲିମ ଶିବିର ଆୟୋଜିତ ହୋଇଥିଲା ।
ଆଗାମୀ ଦିନରେ ଏହି ଶିବିର ୧୫ ଦିନିଆ ଓ ମାସିକିଆ କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ଓଡ଼ିଶା ଫୁଟବଲ କ୍ଲବ୍ର ମୁଖ୍ୟ ରାନ୍ଦେ ବାରୁସ୍ , ବିଶେଷ ପଣ୍ଡା ଓ ଶୁଭମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଳି ଆଥଲେଟିକ ଆସୋସିଏସନ ସଭାପତି ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା , ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ ସୁଶାନ୍ତ ମଲ୍ଲିକ , ରବୀନ୍ଦ୍ର ମହାନ୍ତି , ସୁକଦେବ ଗୋଚ୍ଛାୟତ ଓ ସଦାନନ୍ଦ ସିଂ ପ୍ରମୁଖ ପରିଚାଳନା କରିଥିଲେ ।



