ପରଲୋକରେ ଜନପ୍ରିୟ ନାଟ୍ୟକାର ବିଜୟ ମିଶ୍ର

ବାସ୍ତବ ବ୍ୟୁରୋ- ଜନପ୍ରିୟ ନାଟ୍ୟକାର ବିଜୟ ମିଶ୍ରଙ୍କ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ସେ ରାଜଧାନୀର ଏକ ଘରୋଇ ନର୍ସିଂହୋମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେହାନ୍ତ ପରେ ନାଟ୍ୟ ତଥା ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

୧୯୩୬ ମସିହା ଜୁଲାଇ ମାସ ୧୬ରେ ସେ ବାଲେଶ୍ୱର ଜିଲ୍ଲା ନୀଳଗିରିର ସନ୍ତରାଗଡ଼ିଆରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୦ରେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ‘ଜନନୀ’ ନାଟକରୁ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ବିଜୟ ମିଶ୍ରଙ୍କ ଚର୍ଚ୍ଚିତ ନାଟକ ‘ତଟ ନିରଞ୍ଜନୀ’ ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ତାଙ୍କ କୃତି ମଧ୍ୟରେ ରହିଛି ଜନନୀ, ଏକାକୀ, ଅଶାନ୍ତ ଗ୍ରହ, ତିମିର ତୀର୍ଥ, ପ୍ରତୀକ୍ଷା, ଆର୍ତ୍ତନାଦ, ହେ ସ୍ୱର୍ଗ ବିଦାୟ, ଶବ ବାହକମାନେ, ଯାଯାବର, ସାଗରତୀରେ, ଅସତ୍ୟ ସହର, ଏଠି ସେଠି ସବୁଠି, କଥାଟିଏ କହୁଁ, ଚନ୍ଦ୍ରଚୋରି, ଲଗ୍ନ, ଦୁଇଟି ସୂର୍ଯ୍ୟ: ଦଗ୍ଧ ଫୁଲକୁ ନେଇ ଏବଂ ଜଣେ ରାଜା ଥିଲେ ଏଭଳି ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ।

ତେବେ ନିଜ ବହୁମୂଖୀ ପ୍ରତିଭା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି ବିଜୟ । ଏହାସହ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ବିଜୟ । ବିଜୟଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Apr 27 , 2020
୧-ଭାରତର ପ୍ରମୁଖ ଔଷଧ କମ୍ପାନୀ ସିରମ Institute of India ତିନି ସପ୍ତାହ ମଧ୍ୟରେ କୋଭିଡ ଔଷଧ ପରୀକ୍ଷା କରିବ। ୨-ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ। ୩-ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ୨ ରାଜ୍ୟର CMଙ୍କ ସହ କଥା ହେଲେ ନବୀନ। ୪-ଲକଡାଉନ୍ ପରିସ୍ଥିତି ସମ୍ପର୍କରେ ଆଜି ନବୀନ ଓ ୮ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ […]

You May Like

Pin It on Pinterest