ପୁରୀ ଜିଲ୍ଲା କେଭିକେ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ…

ତ୍ରିନାଥ ବାରିକ (ସାକ୍ଷୀଗୋପାଳ): ସାକ୍ଷୀଗୋପାଳ ରେ ଅବସ୍ଥିତ ପୁରୀଜିଲ୍ଲା କୃଷିବିଜ୍ଞାନ କେନ୍ଦ୍ର ର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ରବିବାର ଉଦଘାଟିତ ହୋଇଯାଇଛି। ଏକ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କାର୍ଯ୍ୟଳୟ କୁ ରାଜ୍ୟ କୃଷି, କୃଷକ ଶଶକ୍ତି କରଣ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ଊଦଘାଟକ କରିଥିଲେ।

ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଊଦବୋଧନ ଦେଇ ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ପୁରୀ କେଭିକେ କୁ କୃଷି ର ଏକ ପ୍ରୟୋଗଶାଳା ଭାବରେ ଗଢିତୋଳିବାକୁ ନିଷ୍ପତି ନିଆଯାଇଛି ଵୋଲି କହିଥିଲେ। କୃଷି ଭିତିକ ପର୍ଯ୍ୟଟନ କେନ୍ଦ୍ର ସହ ପୁରୀ କେଭିକେ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ହୋଇବ। ଏଠାରୁ ଆଧୁନିକ ଜ୍ଞାନ କୌଶଳ ଆହରଣ କରି ଯୁବପିଡୀ କୃଷିକୁ ଜିବୀକା ଭାବେ ଗ୍ରହଣ କରି ବେଶ ଉପାର୍ଜନ କ୍ଷମ ହେଵାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏ ଅଞ୍ଚଳର ଆବଶ୍ୟକତା କୁ ଉପଲବ୍ଧିକରି ଫନୀରେ କ୍ଷତିଗ୍ରସ୍ତ ସାକ୍ଷୀଗୋପାଳ ଉଦ୍ୟନ କୃଷିର ବିକାଶ ନିମନ୍ତେ ରାଜ୍ୟ ସରକାର ୨ କୋଟି ୮୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ବୋଲି ସମ୍ମାନିତ ଅତିଥି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୃଚନା ଦେଇଥିଲେ। ଛତୁ, ମାଛ, ଫଳ ଓ ପନିପରିବା ଚାଷ ନିମନ୍ତେ ଅତ୍ୟାଧୁନିକ ଜ୍ଞାନ କୌଶଳ ଊକ୍ତୃଷ୍ଠ ମାନର ସେବା ଯୋଗାଇ ଦେଵାରେ ଏହି କେନ୍ଦ୍ରର ପ୍ରମୁଖ ଭୂମିକା ରହିବ ବୋଲି ଓୟୁଏଟି ର ଭାଇସ ଚାନସେଲର ଡ.ପୱନ କୁମାର ଅଗ୍ରଓ୍ବାଲା ସଭାପତିତ୍ବ କରି କହିଥିଲେ।

ଓୟୁଏଟି ର ଡିନ୍ ସମ୍ମାନିତ ଅତିଥି ଭାବରେ ପ୍ରସନ୍ନଜିତ ମିଶ୍ର ସ୍ବାଗତ ଅଭିଭାସଣ ଦେଇଥିଲେ। କେଭିକେ ର ମୁଖ୍ୟ ବୈଜ୍ଞାନିକ ଡଃ ସଞ୍ଜୟ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ କୂଷି ପ୍ରଦର୍ଶନୀ ଅତିଥି ମାନେ ବୁଲି ଦେଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା, ଆତ୍ମା ଅଧକ୍ଷ ରାମଚନ୍ଦ୍ର ମହାନ୍ତି,ବ୍ଲକ ଉପାଧ୍ୟକ୍ଷା ନିବେଦିତା ପାତ୍ର, ଵିଭିଓ ଡ଼.ଜ୍ଞାନରଞ୍ଜନ ମିଶ୍ର, ବିଏଓ କଲ୍ୟାଣ ରାୟ, ଡିଏଓ ସୁବାସ ଚନ୍ଦ୍ର ବେହେରା ଙ୍କ ସହିତ କେଭିକେ ର ଵୈଜ୍ଞାନିକ, କୃଷି ଅଧିକାରୀ, ୧୧ ଟି ବ୍ଲକର ଅଗ୍ରଣୀ କୃଷକ, ମହିଳା, ଯୁଵକ ଓ ସ୍ବୟ୍ଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ଯୋଗ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାହୁ-କେତୁଙ୍କ ଆଜି ରାଶି ପରିବର୍ତନ ,୧୮ ମାସ ପର୍ଯ୍ୟନ୍ତ କେଉଁ ୫ଟି ରାଶିର ଲାଗି ରହିବ ସମସ୍ୟା …

Tue Apr 12 , 2022
ଡ଼.ନବକିଶୋର ମିଶ୍ର ରାହୁ-କେତୁଙ୍କର ରାଶି ପରିବର୍ତ୍ତନ ୧୨ ଏପ୍ରିଲ ୨୦୨୨,ମଙ୍ଗଳବାରରେ ଘଟିଛି | ରାହୁ ଲିବ୍ରାର ଆରିସ୍ ଏବଂ କେଟୁରେ ଗମନାଗମନ କରିଛନ୍ତି | ଏହି ଦୁଇଟି ଗ୍ରହର ରାଶିର ପରିବର୍ତ୍ତନ ୧୨ ଏପ୍ରିଲ ସକାଳ ୧୦.୩୫ ରେ ଘଟିଥିଲା ​​|ଏହି ଦୁଇଟି ଗ୍ରହର ରାଶି ଚିହ୍ନର ପରିବର୍ତ୍ତନ ସମସ୍ତ ୧୨ ଟି ରାଶିକୁ ପ୍ରଭାବିତ କରିବ | ଜ୍ୟୋତିଷଙ୍କ ଅନୁଯାୟୀ, ରାହୁ-କେତୁ ପରିବର୍ତ୍ତନ ହେତୁ ପାଞ୍ଚଟି ରାଶିଫଳର ସମସ୍ୟା […]

You May Like

Pin It on Pinterest