ଆଜିଠାରୁ ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରିବେ ୧୦ କେନ୍ଦ୍ର ମନ୍ତ୍ରୀ…

ଭୁବନେଶ୍ୱର ୧୨।୦୪:ଆଜିଠାରୁ ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରିବେ ୧୦ କେନ୍ଦ୍ର ମନ୍ତ୍ରୀ। ସ୍ଥିତି ପରଖିବେ କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ସଞ୍ଜୟ ବାଲିଆନ୍ ଆଜି କୋରାପୁଟରେ ଗସ୍ତରେ ଅଛନ୍ତି । ୧୩ ଓ ୧୪ ଢେଙ୍କାନାଳ ଜିଲ୍ଳା ଗସ୍ତରେ ଆସିବେ ଧର୍ମେନ୍ଦ୍ର ପ୍ରଧାନ। ଏହା ପରେ ଅଶ୍ଵିନୀ ବୈଷ୍ଣବ ମାଲକାନଗିରି ଜିଲ୍ଳା ଗସ୍ତ କରିବେ ।

ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଅନୁଯାଇ, ଏହା ପରେ ଅର୍ଜୁନ ମୁଣ୍ଡା କଳାହାଣ୍ଡି, ସ୍ୱାଧୀ ନିରଞ୍ଜନ ଜ୍ୟୋତି ବଲାଙ୍ଗୀର , ପ୍ରହଳ୍ଳାଦ ସିଂ ପଟେଲ ଗଜପତି, ଏସ୍.ପି ବଗେଲ ନୂଆପଡ଼ା, ଶୋଭାକରନ ନବରଙ୍ଗପୁର, ସୋନି ପ୍ରକାଶ ରାୟଗଡା, ସୁବାଷ ସରକାର କନ୍ଧମାଳ ଗସ୍ତ କରି ସମୀକ୍ଷା କରିବେ। ଆକାଂକ୍ଷୀ ଜିଲ୍ଳାରେ ଉନ୍ନୟନ ମୂଳକ କାମ କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରୀତାକୁ ନେଇ କରିବେ ସମୀକ୍ଷା। ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପ ବୁଲି ଦେଖିବେ। ୨୦ ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ଦେବେ ସମୀକ୍ଷା ରିପୋର୍ଟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ,ମଝି ରାସ୍ତାରେ ଫାଟିଲା ବସ୍ ଚକା....

Tue Apr 12 , 2022
ନବୀନ ଦାଶ: ସୋନପୁର – ଗୋଡଭଗା ୫୪ନଂ ରାଜ୍ୟ ରାଜପଥ ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଦୁଲମ୍ ପୁର ସାଇ ମନ୍ଦିର ନିକଟରେ ମଙ୍ଗଳବାର ପାଖାପାଖି ୮ଟା ୪୦ ସମୟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇ ପାର୍ଶ୍ଵରେ ଥିବା ଧାନ କ୍ଷେତ କୁ ପଶି ଯାଇଥିବା ଜଣାପଡିଛି । । କଣ୍ଟାବାଞ୍ଜି ରୁ ସମ୍ବଲପୁର ଅଭିମୁଖେ ୫୦ଜଣ ଯାତ୍ରୀ ନେଇ ଯାଉଥିବାବେଳେ ବସ୍ ର ଆଗ ପାଖ ଡ୍ରାଇଭର […]

You May Like

Pin It on Pinterest