ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ,ମଝି ରାସ୍ତାରେ ଫାଟିଲା ବସ୍ ଚକା….


ନବୀନ ଦାଶ: ସୋନପୁର – ଗୋଡଭଗା ୫୪ନଂ ରାଜ୍ୟ ରାଜପଥ ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଦୁଲମ୍ ପୁର ସାଇ ମନ୍ଦିର ନିକଟରେ ମଙ୍ଗଳବାର ପାଖାପାଖି ୮ଟା ୪୦ ସମୟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇ ପାର୍ଶ୍ଵରେ ଥିବା ଧାନ କ୍ଷେତ କୁ ପଶି ଯାଇଥିବା ଜଣାପଡିଛି ।

। କଣ୍ଟାବାଞ୍ଜି ରୁ ସମ୍ବଲପୁର ଅଭିମୁଖେ ୫୦ଜଣ ଯାତ୍ରୀ ନେଇ ଯାଉଥିବାବେଳେ ବସ୍ ର ଆଗ ପାଖ ଡ୍ରାଇଭର ସାଇଡ ଚକ ଅଚାନକ ଭାବେ ଫାଟି ଯିବାରୁ ଗାଡ଼ି ଭାରସାମ୍ୟ ହରାଇ କ୍ଷେତ ଭିତରକୁ ପଶିଯାଇଥିବା ଗାଡ଼ି ର ଡ୍ରାଇଭର କହିଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।ଏନେଇ ନିକଟସ୍ଥ ଗୋଡଭଗା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲୋକସେବା ଭବନରୁ କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଲେ ସରକାର...

Tue Apr 12 , 2022
ଭୁବନେଶ୍ୱର, ୧୨।୪: ଲୋକସେବା ଭବନରୁ କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି । କରୋନା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେବ କରୋନା ପାଇଁ ଲୋକସେବା ଭବନକୁ ଯିବାରେ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ ।ଏପରିକି […]

You May Like

Pin It on Pinterest