
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ମା ବିମାଳାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଟଳି ପଡିଲେ ଭକ୍ତ । ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ ଶେଷ ଇଛାଥିଲା କାଳିଆକୁ ଦେଖିବେ ଆଶୀର୍ବାଦ ଲୋଡିବେ । ସେ କଣ ଏୟା ମାଗିନେଲେ “ତୋତେ ଦେଖୁ ଥିବି ପ୍ରାଣ ପକ୍ଷୀ ଉଡିଯାଉ” ସାଙ୍ଗରେ ଥିଲେ ନିଜ ପରିବାର । କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ ତାଙ୍କର ଶେଷ ଯାତ୍ରା। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି।
ଖବର ଅନୁଯାୟୀ, ଛତିଶଗଡ଼ର ୭୨ ବର୍ଷିୟ ୱାଇ.ଜି ମୂର୍ତ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମାଆ ବିମଳାଙ୍କ ଦର୍ଶନ ଲାଗି ଯାଉଥିଲେ। ସେତିକିବେଳେ ୱାଇ.ଜି ମୂର୍ତ୍ତି ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ତତକ୍ଷଣାତ୍ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୱାଇ.ଜି ମୂର୍ତ୍ତିଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ଲୋକେ ଏ ବୟସରେ ଦୂର ବାଟ ନଆସିବା ପାଇଁ ବାରଣ କରୁଥିଲେ । କିନ୍ତୁ ସେ ଜଗାଦର୍ଶନ କରିବା ତାଙ୍କ ଶେଷ ଇଚ୍ଛା ବୋଲି ପରିବାରକୁ କହିଥିଲେ । ଏହାପରେ ପୁରା ପରିବାର ସହ ପୁରୀ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ଲାଗି । ଆଉ ଏଠି ଚାଲିଗଲା ତାଙ୍କ ପ୍ରାଣବାୟୁ । ସର୍ଗ ଦ୍ଵାର ଯେମିତି ସୁଦୂର ଛତିଶଗଡ଼ରୁ ଡାକି ଆଣିଥିଲା ଓ୍ୱାଇ ଜି ମୂର୍ତ୍ତି ମୂର୍ତିଙ୍କୁ ।
ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ । ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡିଥିଲେ, ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି ।