ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ପକ୍ଷରୁ ପ୍ରବାଦ ପୁରୁଷ ଟଲ୍ ମ୍ୟାନ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ବାଇକ୍ ରାଲି…

ପ୍ରମୋଦ ନାୟକ(ଭୁବନେଶ୍ବର): ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ପକ୍ଷରୁ ପ୍ରବାଦ ପୁରୁଷ, ଟଲମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବାଇକ ଶୋଭାଯାତ୍ରା ଓ ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ରାଜ୍ୟ ସଭାପତି ସରୋଜ ତରାସିଆଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ମୁଖପାତ୍ର ସୁଲତା ଦେଓ ଯୋଗଦେଇ ବିଜୁ ବାବୁଙ୍କ ନିର୍ଭିକତା, ସାହସୀକତା ଓ ଓଡ଼ିଶା ପ୍ରତି ଏବଂ ଓଡିଆ ମାନଙ୍କ ପାଇଁ ଥିବା ବ୍ୟାକୁଳତା ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ସମରେନ୍ଦ୍ର ସାହୁ, ନରେଶ ପାତ୍ର ଯୋଗଦେଇଥିଲେ। ଅତିଥି ମାନଙ୍କ ଦ୍ବାରା ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଓଡିଶା କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଉଦଘାଟିତ ହୋଇଥିଲା। ଏହାପରେ ବାଇକ ଶୋଭାଯାତ୍ରା ବାହାରି ଜୟଦେବ ବିହାର, ରସୁଲଗଡ, ହାଇଟେକ୍ ଫ୍ଲାଏ ଓଭର ହୋଇ ପୁରୀ ଅଭିମୁଖେ ଯାତ୍ରା କରି କୋଣାର୍କ ଠାରେ ପହଞ୍ଚି ଥିଲେ। ସେଠାରେ ସମସ୍ତଙ୍କୁ ସମ୍ବ ଦିଆଯିବା ସହ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୦୦ ବାଇକର ଯୋଗଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ୟୁପିକୁ ପୁଣି ଫେରିଲା କରୋନା ! ଲକ୍ଷ୍ନୌ କୁ ଆସୁଥିବା ଲୋକଙ୍କ କଡା କଡ଼ି ଯାଞ୍ଚ ଆରମ୍ଭ

Mon Apr 18 , 2022
ଲକ୍ଷ୍ନୌ:କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି। ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ୍ ଆଗ୍ରା ଏକ୍ସପ୍ରେସୱେର ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ , ବିମାନବନ୍ଦର ଏବଂ ଲକ୍ଷ୍ମଣ ଟୋଲ୍ ପ୍ଲାଜାରେ ଟିମ୍ ରଖି କୋଭିଡ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋରୋନା ସ୍ଥିତିର ସମୀକ୍ଷା କରିବାବେଳେ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ପ୍ରକାଶ ରବିବାର ଦିନ କରୋନା […]

You May Like

Pin It on Pinterest