
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକ୍ଷେତ୍ର ଲରମ୍ଭା ମହା ବିଦ୍ୟାଳୟ ଲରମ୍ଭା ଠାରେ ମହା ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଅଛି।ଏହି ଶିବିର ଆଠ ଦିନ ଧରି ଚାଲୁରହିବ। ପ୍ରଥମ ଦିବସରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ।

ଶିବିରର ପରିଚାଳକ ଶ୍ରୀ ହରିଶ ପାତ୍ର,ଟ୍ରେନର ସୁଜାତା ଭୋଇ ଓ ସ୍ନେହଲତା ଥାଟି ତାଲିମ ପ୍ରଦାନ କରିଥିଲେ।ସଂପ୍ରତି ସମୟରେ ବିଭିନ୍ନ ଅପ୍ରୀତିକର ଆକସ୍ମିକ ଘଟଣାର ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ରହିବେ ସେ ଉପରେ ତାଲିମ ଦିଆ ଯିବାର ବ୍ୟବସ୍ଥା ରହିଥିବା ଜଣାପଡିଛି।ମହା ବିଦ୍ୟାଳୟର ଏନ.ସି.ସି ନାଭାଲ ଅଧିକାରୀ ସରୋଜ କୁମାର ନାୟକ, ଏନ.ଏସ.ଏସ ଅଧିକାରୀ ଡଃ ଅଜିତ କୁମାର ନାଥ,କ୍ୟାରିୟର କାଉନସିଲର ଅଧିକାରୀ ପବିତ୍ର କୁମାର ମାହାଣା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ ରହିଥିଲା।
