ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ଗଣଶିକ୍ଷା ମନ୍ତ୍ରୀ ଓ ଆକାଶ ଦାସ ନାୟକ


ତ୍ରିନାଥ ବାରିକ(ସାକ୍ଷୀଗୋପାଳ): ସାକ୍ଷୀଗୋପାଳ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ରେ ପଇଁଚାଳିଶ ତମ ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀରୀ ରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ମୋ କଲେଜେ ଅଭିଯାନର ଆକାଶ ଦାସ ନାୟକ, ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ, ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା, ବ୍ଲକ ଉନୟନ ମଣ୍ଡଳ ଅଧିକାରୀ କ୍ଷୀରୋଦ ବେହେରା ଏହି ସବୁମାନ୍ୟାଧନୀ ବ୍ୟାକ୍ତି ଯୋଗ ଦେଇଥିଲେ ।

ପ୍ରଥମେ ଅତିଥି ମାନେ କଲେଜ ପରିଷରରେ ଥିବା ଗୋପବନ୍ଧୁ ଦାସ ପ୍ରତିମୃତ୍ତି ପୁଷ୍ପମାଲ୍ୟପନ କରିଥିଲେ।ମହାବିଦ୍ୟାଳୟ ର ଅଧ୍ୟାପକ ଡ଼କ୍ଟର ରତିକାନ୍ତ ପରିଡା ସଭାରେ ସଭାପତିତ୍ୱ କରିଥିଲେ l ଅଧ୍ୟାପିକା ଶ୍ରୀମତୀ ସୁଜାତା ମହାପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ସ୍ୱାଗତ ସମ୍ବଦ୍ଧନା କରିଥିବା ବେଳେ, ମହାବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ ଅଧ୍ୟାପିକା ସସ୍ମିତା ପ୍ରଧାନ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା l

ଅତିଥି ମାନଙ୍କ ନିକଟରେ ବିଶେଷକରି ବିଭିନ୍ନ ସମସ୍ୟା ସମ୍ପର୍କ ରେ ସୂଚିତ କରାଯାଇଥିଲା । ମହାବିଦ୍ୟାଳୟ ପାଚେରୀ, ଖେଳପଡିଆ, ଛାତ୍ରଛାତ୍ରୀ ପାଇଁ ସାଇକେଲ ଷ୍ଟାଣ୍ଡ,ଛାତ୍ରଛାତ୍ରୀ ସଂଖ୍ୟା ଅନୁଯାୟୀ କ୍ଲାସ ରୁମ, ଅଧ୍ୟାପକ ଅଧ୍ୟାପିକା, କମନ ରୁମ ଆଦି ସମ୍ପର୍କ ରେ ଦାବି ରଖାଯାଇଥିଲା । ବିଧାୟକ ତାଙ୍କ ଭାଷଣ କହିଥିଲି ପାଚେରୀ ନିର୍ମାଣ ପାଇଁ ପନ୍ଦର ଲକ୍ଷ୍ ଟଙ୍କା ଅନୁମୋଦନ କରାଯାଇଛି ସେହିପରି ମୋ କଲେଜ ଅଭିଯାନର ଅଧକ୍ଷ ଆକାଶ ଦାସ ନାୟକ କହିଥିଲେ ପୂର୍ବତନ ଛାତ୍ର ସଂସଦ ଏକ ଟଙ୍କା ଦେଳେ ଆମେ ଦୁଇ ଟଙ୍କା ଦେବୁ ଆସ ସମସ୍ତେ ମିଶି ଏହି କଲେଜ କୁ ଏକ ମଡେଲ କଲେଜ କରିବା ।

କଲେଜ ଯୁକ୍ତ ତିନି ବର୍ଷର ଛାତ୍ରୀ ପରାର୍ଥ ଲେଟିକି ଜୟନ୍ତୀ ବେହେରା ଙ୍କୁ ଆମ କଲେଜ ର ସୁନଝିଆ ଭାବେ ଘୋଷଣା କରିବା ସହ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସନ୍ନମାନୀୟ ଅତିଥି ମାନେ ପ୍ରଦାନ କରିଛନ୍ତି!ସେହିପରି ବିଭିନ୍ନ ବିଭାଗରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର, ସିଲି ପ୍ରଦାନ କରାଯାଇଛି ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ଅଧ୍ୟାପିକା କଳ୍ପନା କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଦ୍ୟାଳୟରେ ବିନା ଅନୁମତିରେ ଶିକ୍ଷୟିତ୍ରୀ ଙ୍କ ଅନୁପସ୍ଥିତିକୁ ନେଇ ଶିକ୍ଷା ପରିଚାଳନା କମିଟିର ଅସନ୍ତୋଷ...

Fri Apr 22 , 2022
ସନ୍ତୋଷ କୁମାର ପାତ୍ର (ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟି ସରକାରୀ ଉ.ପ୍ରା ବିଦ୍ୟାଳୟ ରେ ବିଗତ ଦୁଇ ମାସ ଧରି ଜଣେ ଶିକ୍ଷୟତ୍ରୀ ପାଠ ନ ପଢାଇ ଲଗାତାର ଛୁଟି ରେ ରହିବା ଘଟଣାକୁ ଗ୍ରାମ୍ୟ ଶିକ୍ଷା କମିଟି ସହଜରେ ଗ୍ରହଣ କରି ପାରୁ ନାହାନ୍ତି | ପ୍ରଧାନ ଶିଷୟିତ୍ରୀ ଓ ଶିକ୍ଷା ପରିଚାଳନା କମିଟି କୁ ଉକ୍ତ ଶିକ୍ଷୟିତ୍ରୀ ଅସମ୍ମାନ ପ୍ରଦର୍ଶନ କରୁଥିବାରୁ ଅଭିଭାବକ ମହଲରେ […]

You May Like

Pin It on Pinterest