
ଭୁବନେଶ୍ୱର, ୨୨/୦୪:ମୁଖ୍ୟ ଶାସନ ସଚିବ ମାଟ୍ରକ ଓ ଯୁକ୍ତ ଦୁଇ ପରୀକ୍ଷା କୁ ନେଇ ସମୀକ୍ଷା କରିଛନ୍ତି । ସୁ ଵେବସ୍ଥା ମଧ୍ୟରେ ସୁଚାରୁରୂପେ ପରୀକ୍ଷା ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ପରୀକ୍ଷା କେନ୍ଦ୍ରରେ ଉପଯୁକ୍ତ ସୁରକ୍ଷା ଏବଂ ସୁପରିଚାଳନା ପାଇଁ ପରାମର୍ଶ ଦେଇଛନ୍ତି ସିଏସ୍ । ସମୀକ୍ଷା ବୈଠକରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ଜଣାପଡ଼ିଛି ।