ଏବେ ବି ମେଡିକାଲ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ,ଆତ୍ମହତ୍ୟା ନା ହତ୍ୟା ? ସମସ୍ତଙ୍କ ପାଖରେ ନେଉନି ହିଊଛନ୍ତି ବାପ ମା’ବିକଳହୋଇ ମାଗୁଛନ୍ତି ନିଜ ପୁଅକୁ …

ବିମଲ ଯୋଶୀ(ବଲାଙ୍ଗୀର) :ଏବେ ବି ମେଡିକାଲ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ,ଆତ୍ମହତ୍ୟା ନା ହତ୍ୟା ? ୧୦ ଦିନର କଲେଜ ଜୀବନ କଣ ଏମିତି ଘଟିଲା କାହିଁକି ଆତ୍ମହତ୍ୟା କଲେ ନିଶିକାନ୍ତ ? ବାପା ମାଙ୍କର ଏକମାତ୍ର ପୁଅ। ବାପା ପ୍ରଫେସର, ମା ଶିକ୍ଷୟିତ୍ରୀ। ଡାକ୍ତର ହେବାକୁ ଆଖିରେ ଆଖିରେ ସ୍ୱପ୍ନ ନେଇ ଦୀର୍ଘ୍ୟ ୧୫୦୦ କିଲୋମିଟର ଦୂରରୁ ଓଡିଶା ଛୁଟି ଆସିଥିଲେ ନିଶାନ୍ତ। ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସର୍ବଭାରତୀୟ କୋଟାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନାଁ ଲେଖାଇଥିଲେ। ହେଲେ କଲେଜରେ ମାତ୍ର ଦଶ ଦିନ ରହଣିରେ ଦଶା ଭୋଗିଲେ ପରିବାର ଲୋକେ ।

ପୁଅ ଡାକ୍ତର ହେବ ଡାକ୍ତର ପରିବାରର ଖ୍ୟାତି ବଢ଼ାଇବ ଏହି ଖୁସିରେ ଯେଉଁ ବାପା ମାଙ୍କ ଗୋଡ଼ ତଳେ ଲାଗୁନଥିଲା ।ସେ ବାପ ମା ଆଜି ବିକଳହୋଇ ମାଗୁଛନ୍ତି ନିଜ ପୁଅକୁ । କାନ୍ଦି କାନ୍ଦି ଲୋଟି ଯାଉଛନ୍ତି ମାଟିରେ ସମସ୍ତଙ୍କ ପାଖରେ ନେଉନି ହିଊଛନ୍ତି ଗର୍ଭଧାରୀ ମା’ ।ନିଶିକାନ୍ତ ମୃତ୍ୟୁର ପାଖାପାଖି ୨୪ ଘଣ୍ଟା ପରେ ରାଜସ୍ଥାନ କର୍ଣ୍ଣଲ ସହରରେ ରହୁଥିବା ପରିବାର ଲୋକେ ବଲାଙ୍ଗୀର ଆସି ପହଞ୍ଚିଛନ୍ତି।
ପ୍ରାଥମିକ ତଦନ୍ତ ପରେ ବି ପୋଲିସ ମୁହଁରେ ତାଲା । ଏବେ ବି ନିଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ। ଯଦି ଆତ୍ମହତ୍ୟା, କଣ ହୋଇପାରେ ଆତ୍ମହତ୍ୟାର କାରଣ? ଯଦି ହତ୍ୟା କିଏ, କାହିଁକି କଣ ପାଇଁ ନିଶାନ୍ତଙ୍କୁ ହତ୍ୟା କରିବ? କେବଳ ରାଗିଂ ପାଇଁ ଜୀବନ ଯାଇଛି ନା ଘଟଣା ପଛରେ ଆଉ କିଛି କାରଣ ରହିଛି? ଏପଟେ ହତ୍ୟାର ଅଭିଯୋଗ ଆଣିଛନ୍ତି ବାପା, ମା। ବିକଳ ହୋଇ କାନ୍ଦି କାନ୍ଦି ମା ସନ୍ତୋଷ କହୁଥିଲେ ‘ମୋ ପୁଅକୁ ମୋତେ ଫେରାଇ ଦିଅ।

ମା ସନ୍ତୋଷଙ୍କ କହିବା କଥା ଯେ,ଗତକାଲି ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ମଧ୍ୟାହ୍ନ ଭୋଜନ ପରେ ମୋତେ, ମୋ ପୁଅ ଭିଡିଓ କଲ୍‌ କରିଥିଲା। ଗତ ଚାରି ପାଞ୍ଚ ଦିନ ହେବ ବାରବାର ଫୋନ୍ କରି ଭୟଙ୍କର ରାଗିଂ ହେଉଥିବାର କହୁଥିଲା। ମୁଁ ତାକୁ ଅନେକ ବୁଝାଇଥିଲି। ଗତକାଲି ବି ରାଗିଂକୁ ନେଇ ଚିନ୍ତାଗ୍ରସ୍ତ ଥିଲା। ତେଣୁ ମୋ ପୁଅ ଆତ୍ମହତ୍ୟା କରିନି। ତାକୁ ହତ୍ୟା କରାଯାଇଛି।

ମୃତ ନିଶାନ୍ତଙ୍କ ବାପା ଡ. କ୍ରିଷ୍ଣ କୁମାରଙ୍କ ବି ସମାନ ଅଭିଯୋଗ। ଗତ ୧୨ ତାରିଖ ପୁଅକୁ ଛାଡ଼ିବା ସମୟରେ ଡିନ୍‌ କହିଥିଲେ, ଏ ହେଉଛି ରାଗିଂ ଫ୍ରି ଇନ୍‌ଷ୍ଟିଚ୍ୟୁସନ। କିନ୍ତୁ ପୁଅ ବାରବାର ଅଭିଯୋଗ କରୁଥିଲା, ଶାରୀରିକ ନିର୍ଯାତନା ଦେଇ ରାଗିଂ କରୁଛନ୍ତି। ହେଲେ କଲେଜର ଡିନ୍‌ ଡ. ସବିତା ମହାପାତ୍ରଙ୍କ କହିବା କଥା, ଆମର ଆଣ୍ଟି ରାଗିଂ ସ୍କ୍ୱାଡ ଅଛନ୍ତି। ପ୍ରତିଦିନ ହଷ୍ଟେଲରେ ଯାଞ୍ଚ ହୁଏ।ପିଲାଙ୍କୁ ମାନସିକ ଚାପରୁ ରକ୍ଷା କରିବା ପାଇଁ କିଛି କିଛି ଛାତ୍ରଙ୍କୁ ନେଇ ଗ୍ରୁପ କରି ସେମାନଙ୍କୁ ଜଣେ ଜଣେ ମେଣ୍ଟର ଦିଆଯାଇଛି। ଖାଲି ଓଡିଶା ନୁହେ ସାରା ଦେଶ ଏ ରହସ୍ୟର ପରଦା ଫାସ କୁ ଅପେକ୍ଷା କରିଛି, ମୃତ୍ୟୁର କାରଣ ଖୋଜୁଛି ବଲାଙ୍ଗୀର ପୁଲିସ। ସାଇଣ୍ଟିଫିକ, ଟେକ୍‌ନିକାଲ ଓ ମାନବ ସମ୍ବଳକୁ ଆଧାର କରି ତଦନ୍ତ ଜାରି ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ପୋଲିସର ବଡ଼ ସଫଳତା,ଗିରଫ କଲେ ଲୁଟେରା ଗ୍ୟାଙ୍ଗ

Sun Apr 24 , 2022
ବବିତା ସାମଲ(ଭଦ୍ରକ): ଭଦ୍ରକ ପୋଲିସ କୁ ବଡ ସଫଳତା |ଗ୍ରାମାଞ୍ଚଳ ପୋଲିସ ଲୁଟେରା ଗ୍ୟାଙ୍ଗ କୁ ଠାବ କରିଛି , ସୂଚନା ମୁତାବକ ଗତ ୧୯ ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଧରିତ୍ରୀ ନଗର ଅଞ୍ଚଳରେ ସୁନା ଚେନ ଛିନତାଇ ହୋଇଥିଲା | ଜଣେ ମହିଳା ତାଙ୍କ ପିଲା କୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଡକାୟତ ଛିନତାଇ କରିଥିଲେ l ଯାହାକୁ ନେଇ ଗ୍ରାମାଞ୍ଚଳ ଥାନାରେ […]

You May Like

Pin It on Pinterest