
ଶୁଭ୍ରକାନ୍ତ ରାଉତରାୟ (ଭଦ୍ରକ): ବକେୟା ଦରମା ପ୍ରଦାନ ଦାବିରେ ଭଦ୍ରକ ବରପଦା ବୈଷୟିକ ଯାନ୍ତ୍ରିକ ଅନୁଷ୍ଠାନର କର୍ମଚାରୀ ମାନେ ଆନ୍ଦୋଳନ ର ପନ୍ଥା ଆପଣେଇଛନ୍ତି |୧୭ ମାସର ବକେୟା ଦରମା ଦିଅ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ବକେୟା ପାରିଶ୍ରମିକ ଦିଅ , ନହେଲେ କଲେଜ ସମ୍ମୁଖ ରାସ୍ତାରେ ଲୋକଙ୍କୁ ହାତ ପତାଇ ଭିକ ମାଗିବୁ । ଏମିତି କିଛି କହିଛନ୍ତି ଧାରଣାରେ ବସିଥିବା କଲେଜର କର୍ମଚାରୀ ।
ସୂଚନାଯୋଗ୍ୟଯେ ଭଦ୍ରକ ଜିଲ୍ଲା ବରପଦା ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାନୁଷ୍ଠାନ ସମ୍ମୁଖରେ ବରପଦା ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାନୁଷ୍ଠାନର କର୍ମଚାରୀ ମାନେ ୯ ଦଫା ଦାବି ନେଇ ଧାରଣାରେ ବସିଛନ୍ତି|ଦାବି ଅନୁସାରେ ଅନୁଷ୍ଠାନ ର ଅଧକ୍ଷ ମନମୁଖୀ ଶାସନ କରି ଉଚ୍ଚ ନ୍ୟାୟଲୟର ଆଦେଶ କୁ ପ୍ରତ୍ୟାଖ୍ୟାନ କରି କର୍ମଚାରୀଙ୍କ ଦରମାକୁ ବନ୍ଦ କରି ଓଲଟା କର୍ମଚାରୀଙ୍କ ଉପରେ ମିଛ ମାମଲା ଦାୟର କରିଛନ୍ତି, ଅବସରର ନେଇଥିବା କର୍ମଚାରୀଙ୍କର ମଧ୍ୟ ବକେୟା ଦରମା ପ୍ରଦାନ କରୁନାହାନ୍ତି ।
ସ୍ଵାସ୍ଥଜନିତ ସମସ୍ୟା ହେଲେ ଛୁଟି ପ୍ରଦାନ କରଯାଉନାହିଁ ଏବଂ କର୍ମଚାରୀ ମାନଙ୍କୁ ନିଲମ୍ବନ ର ଧମକ ମଧ୍ୟ ମିଳୁଛି ଯାହା ନିନ୍ଦାର ବିଷୟ|ଅନୁଷ୍ଠାନ ର ଅଧକ୍ଷ ରାଜନୈତିକ ଆକ୍ରୋଶ ରଖି ଏଭଳି କାର୍ଯ୍ୟ କରୁଥିବା ନେଇ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |ଯଦି ଆମ ପ୍ରତି ସଠିକ ବିଚାର କରାନଯାଏ ତେବେ ଆମେ ଲୋକଙ୍କ ପାଖରୁ ଭିକ ମାଗି ଏ ଆନ୍ଦୋଳନ ଜାରିରଖିବା ସହ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜରାସ୍ତାକୁ ଓଲ୍ହାଇବୁ ବୋଲି କହିଛନ୍ତି କର୍ମଚାରୀ ମାନେ |



