ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ସଦର ଏଏସ୍ ଆଇ ପୃଥୀରାଜ ମିଶ୍ର…


ରାକେଶ ମହାନ୍ତି(କେନ୍ଦ୍ରାପଡା): କଥାରେ ଅଛି ମାଛ ଖାଇବ ଇଲିସି ଚାକିରୀ କରିବ ପୁଲିସି,ଛୋଟ ବେଳେ ହୁଏତ ବୁଝି ହୋଇନଥିଲା ଏବେ କିନ୍ତୁ ଠିକ ବୁଝି ହେଉଛି । ଇଲିସିରେ ଅଧିକ କଣ୍ଟା ହେଲେ ସୁଆଦିଆ ଆଉ ପୁଲିସି ଚାକିରୀ ସୁଆଦ ହିଁ ସୁଆଦ ହେଲେ ଏମିତି ଚେଲା ଜରିଆରେ ଲାଞ୍ଚନେଇ ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ସଦର ଏ ଏସ ଆଇ ପୃଥ୍ୱୀରାଜ ମିଶ୍ର । ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ କେନ୍ଦ୍ରାପଡା ସଦର ଥାନା ଏ.ଏସ.ଆଇ ପୃଥ୍ୱୀରାଜ ମିଶ୍ର ଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି।

ସଦର ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ମିହିର ଲେଙ୍କାଙ୍କ ନାମରେ ଥିବା ଏକ ମିଛ ମାମଲାର ଦଫା କମ କରିଦେବା ପାଇଁ ଏ.ଏସ.ଆଇ ମିଶ୍ର ଏହି ଟଙ୍କା ନେଉଥିଲେ। ମିହିର ଙ୍କ ନାମରେ ଥିବା ୩୦୭ ଦଫା କୁ କାଟି ୧୦୭ କରି ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ଏ.ଏସ.ଆଇ ମିଶ୍ର। ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ନେଇଥିବା ବେଳେ ଆଜି ନିଜ ମଧ୍ୟସ୍ତି ଜରିଆରେ ଅବଶିଷ୍ଟ ୭ ହଜାର ଟଙ୍କା ନେଉଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ମଧ୍ୟସ୍ତି ବିଜୟ କୁମାର ବେହେରା କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି। ଉଭୟ ଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଟିମ ଏ.ଏସ.ଆଇ ପୃଥ୍ୱୀରାଜ ମିଶ୍ର ଙ୍କ ସରକାରୀ କ୍ୱାଟର ଉପରେ ମଧ୍ୟ ଚଢ଼ାଉ କରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Apr 29 , 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୩୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୭୯ ଜଣ ସୁସ୍ଥ ହୋଇଛନ୍ତି ।  ଆଜିଠୁ ସାଧାରଣ ଭକ୍ତଙ୍କ ନିମନ୍ତେ […]

You May Like

Pin It on Pinterest