
ପ୍ରମୋଦ ନାୟକ(ଭୁବନେଶ୍ୱର): ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବସ୍ତି ମାନଙ୍କରେ ରହୁଥିବା ଶ୍ରମିକ ମାନଙ୍କୁ ଭୁବନେଶ୍ୱର ମାରୁଆଡ଼ି ସମାଜ ତରଫରୁ ସମ୍ମାନିତ କରାଯାଇଛି. ଶ୍ରମିକ ଦିବସ ଅବସରରେ ଶ୍ରମିକ ମାନଙ୍କ ରାଷ୍ଟ୍ର ନିର୍ମାଣରେ ଥିବା ଅବଦାନ କୁ ସମାଜ ତରଫରୁ ଭୁୟସୀ ପ୍ରଶଂସା କରାଯାଇଛି |
ବସ୍ତି ସଂଘର ଉପସଭାପତି ବୀଣା ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ସଭାରେ ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କ ଯୋଗୁ ଓଡିଶା ଆଜି ଉନ୍ନତି ପଥରେ ଆଗେଇଛି. ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ ମାନଙ୍କୁ ସୁରକ୍ଷା ପାଇଁ ବହୂ ଯୋଜନା ରେ ସାମିଲ କରିବା ସଂଗେ ସଙ୍ଗେ ଅଣ ସଂଗଠିତ ଶ୍ରମିକ ମାନଙ୍କ ପାଇଁ ଖୁବ ଶୀଘ୍ର ସରକାର ନିଷ୍ପତି ଘୋଷଣା କରିବାକୁ ଯାଉଛନ୍ତି ବୋଲି କହିଛନ୍ତି |
ଅନ୍ୟମାନଙ୍କ ମଧରେ ଭୁବନେଶ୍ୱର ଡେପୁଟି ମେୟର ମଞ୍ଜୁଲତା କଂହର, ମାରୁଆଡ଼ି ମହିଳା ସଭାପତି, 13 ନମ୍ବର ୱାର୍ଡ ର କର୍ପୋରେଟର ଇତିଶ୍ରୀ ଦାସ,8ନମ୍ବର ୱାର୍ଡ ର କର୍ପୋରେଟର ଲାଲମୋହନ ଟୁଡୁ,7ନମ୍ବର ୱାର୍ଡର କର୍ପୋରେଟର ଯଶୋଧାରା ପ୍ରଧାନ,14ନମ୍ବର ୱାର୍ଡ ର କର୍ପୋରେଟର ମୋନାଲିସା ସାହୁ ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ପୁରସ୍କାର ଓ ରିଲିଫ ବଣ୍ଟନ କରିଥିଲେ |
