
ନମୋଗୁରୁ(ସୁବର୍ଣ୍ଣପୁର):୦୯/୦୫ – ସ୍କୁଲ ଭ୍ୟାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ନିଆଁ ଲାଗିଯାଇଥିଲା । ତେବେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । କୌଣସି ଛାତ୍ରଛାତ୍ରୀ ଆହତ ହୋଇନଥିବା ବେଳେ ନିଆଁକୁ ଆୟତ୍ତ କରିଛନ୍ତି ସ୍ଥାନୀୟ ଲୋକେ ।
ଖବର ଅନୁଯାଇ,ଉଲୁଣ୍ଡା ଥାନା ଶିନ୍ଧୋଲ ଅଞ୍ଚଳରୁ ବିନିକାର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀ ନେଇ ଆସୁଥିବା ସମୟରେ ସ୍କୁଲ ଭ୍ୟାନର ପଛ ପଟେ ନିଆଁ ଲାଗିଯାଇଥିଲା । ତେବେ ଡ୍ରାଇଭର କୌଣସି ପ୍ରକାର ଏହାକୁ ଜାଣି ପାଇଥିଲେ ।ସଂଗେ ସଂଗେ ଗାଡି ଅଟକାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ଘଟଣା ସ୍ଥଳରୁ ବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନଙ୍କୁ ଅନ୍ୟ ଏକ ସ୍କୁଲ ଗାଡିରେ ସୁରକ୍ଷିତ ଭାବରେ ପଠା ଯାଇଥିଲା ।