
ମନୋଜ ମହାନ୍ତି(ଫୁଲନଖରା ): ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ,ଅଭିଯୁକ୍ତକୁ ପାହାଳ ଥାନା ପୋଲିସ ଗିରଫ କରିଛି। ଖବର ଅନୁଯାଇ,ଗତକାଲି ରାତିରେ କିଶନ ଅଗ୍ରୱାଲ(୨୪) ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ତାପରେ ନିଜ ଘରକୁ ଯିବା ଲାଗି ଯୁବତୀଙ୍କୁ ଅନୁରୋଧ କରିଥିଲେ କିଶନ। ପରେ ଦୁହେଁ ସାଙ୍ଗହୋଇ କିଶନ ଅଗ୍ରୱାଲ ରହୁଥିବା ପାହାଳ ଘରକୁ ଆସିଥିଲେ।
ଡ୍ୟାନ୍ସବାରରେ ଅତ୍ୟଧିକ ମଦ୍ୟପାନ କରିଥିଲେ ଅଭିଯୁକ୍ତ, ଘରେ ନିଶାସକ୍ତ ଅବସ୍ଥାରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ଯୁବତୀଜଣକ ଦୁଷ୍କର୍ମ ସଂପର୍କରେ ପାହାଳ ଥାନାରେ ଅଭିଯୋଗ କରିଥିଲେ। ତାପରେ ପାହାଳ ଥାନା ପୁଲିସ ଅଭିଯୁକ୍ତ କିଶନ ଅଗ୍ରୱାଲଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। କିଶନ ଅଗ୍ରୱାଲଙ୍କ ଘର କଟକରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ସେ ଭୁବନେଶ୍ୱର ରେ ନିଜର ବ୍ୟବସାୟ କରିବା ପାଇଁ ପାହାଳ ଅଂଚଳରେ ରେ ଘର ଭଡ଼ା ନେଇ ରହୁଛନ୍ତି।