
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ବର୍ଷ ବର୍ଷ ଧରି ପ୍ରାଣିଚିକିତ୍ସାଳୟରେ ଝୁଲୁଛି ତାଲା । ହେଲେ ବାହାରେ ରଙ୍ଗମଖା ଚାଲିଛି ।ଏଲ୍ ଆଇ ଘରେ ବସି ନେଉଛନ୍ତି ଦରମା ।
ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କ ଚିକିତ୍ସା ଯୋଗାଇ ଦେବାକୁ ସରକାର ପ୍ରାଣୀଧନ ଚିକିତ୍ସାଳୟ ଖୋଲିଛନ୍ତି । ହେଲେ ସେହି କାର୍ଯ୍ୟାଳୟ ବର୍ଷ ବର୍ଷ ଧରି ତାଲା ଝୁଲୁଥିବାରୁ ଗୃହପାଳିତ ପଶୁଙ୍କ ଚିକିତ୍ସାଳୟରୁ ଦୂରେଇ ରହୁଥିବା ଦେଖିବାକୁ ମିଳିଛି ।
ସେହି ସ୍ଥାନରେ ଏଲ୍ ଆଇ ଙ୍କ ନିଯୁକ୍ତି ଥିଲା ବେଳେ ନିଜ କାର୍ଯ୍ୟରେ ଯୋଗ ନଦେଇ ମଧ୍ୟ ଦରମା ନେଉଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବଡକୁଳ ପଞ୍ଚାୟତରେ ଥିବା ବଡକୁଳ ପ୍ରାଣୀଧନ କେନ୍ଦ୍ରରେ । ସେହି ଅଞ୍ଚଳରଅଧିବାସୀଙ୍କ ପାଖରେ ହଜାର ହଜାର ପଶୁ ପକ୍ଷୀ ପାଳନ କରିଆସୁଥିବା ବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତୁ ବରଣ କରନ୍ତି । କିନ୍ତୁ ସେହି ସ୍ଥାନରେ ଏଲ ଆଇ ବିବେକା ନନ୍ଦ ଜେନା ନିଯୁକ୍ତି ପାଇଥିବାବେଳେ ମହାଶୟ ଜମାରୁ ଅଫିସ୍ ମାଟି ମାଡି ନାହାନ୍ତି । କିନ୍ତୁ ବାବୁ ଆମର ଘରେ ରହି ଦରମା ନେଉଥିବା ଦେଖିବାକୁ ମିଳିଛି।
ଏଠି ପ୍ରଶ୍ନ ଉଠିଛି କାହିଁକି ଚାଲିଛି ଏଭଳି ଲୁଣ୍ଠନ ? ବର୍ଷ ବର୍ଷ ଧରି ଆସୁଥିବା ଔଷଧ କୁଆଡେ ଯାଉଛି ? ଅଫିସ୍ ମାଟି ନମାଡି ଦରମା ନେଉଥିବା ବେଳେ କେମିତି ଜାଣିପାରୁନି ଜିଲ୍ଲା ପ୍ରଶାସନ ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ ? ଅନ୍ୟପଟେ ଆମେ କେନ୍ଦ୍ରାପଡ଼ା ଜିଲ୍ଲା ସିଡ଼ିଓ ତ୍ରିଲୋଚନ ଦାସ ଙ୍କୁ ପଚାରିବାରୁ କହିଛନ୍ତି ଖୁବ୍ ଶୀଘ୍ର ଏହାର ତଦନ୍ତ କରି ଏଲ ଆଇ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏବେ ଦେଖିବାକୁ ବାକି ରହିଲା କେବେ ହେଉଛି ଏହା ଉପରେ ତଦନ୍ତ କିଭଳି ନିଆଯିବ କାର୍ଯ୍ୟାନୁଷ୍ଠନ ।