
ନବୀନ ଦଶ(ବରଗଡ଼): କଲେକ୍ଟର ମୋନିଷା ବାନାର୍ଜୀ ହଠାତ୍ ଅତାବିରା ଧାନ ମଣ୍ଡି ପରିଦର୍ଶନ କରିବା ପରେ ଗୋଡଭଗା ଓ ଗୌରଟିକ୍ରା ମଣ୍ଡି କୁ ଯାଇଥିବା ଜଣା ପଡିଛି।
ପ୍ରଥମେ ଅତାବିରା ମଣ୍ଡି ରେ ଧାନସଂଗ୍ରହ ପ୍ରକ୍ରିୟା କିପରି ଚାଳିଛି ମଣ୍ଡି ସଂପାଦକ ପ୍ରଦୀପ ବେସନକୁ ପଚାରି ସଂଗୃହିତ ହୋଇଥିବା ଧାନ ଗୁଡିକ ବୁଲି ୯୩ ଜଣ ଚାଷୀଙ୍କ ଧାନସଂଗ୍ରହ କରା ଯାଇ ଥିବାବେଳେ ଧାନସଂଗ୍ରହ ନମୁନା ରଖାଯାଇ ନଥିବା ଦେଖି ସଂପାଦକ ପ୍ରଦୀପ ବେସନ ଙ୍କୁ ରାଗିଯାଇ ଧାନ ସଂଗ୍ରହ ନମୁନା କାହିଁକି ରଖାଯାଇନାହିଁ ଓ କାହାର ଦାୟିତ୍ଵ ବୋଲି ପଚାରି ସନ୍ତୋଷ ଜନକ ଉତ୍ତର ନପାଇ ବେନିୟମ ଭାବରେ କାର୍ଯ୍ୟ ଚଳାଉଥିବା ମଣ୍ଡି ଇନ୍ ଚାର୍ଜ ଅଜୟ ବେହେରା ଙ୍କୁ ତୁରନ୍ତ ସସ୍ ପେଣ୍ଡ କରିବା ସହ ଉଭୟ ଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ପରିଦର୍ଶନ ସମୟରେ ଏସିଏସଓ ସଂଜୁ ପଧାନ,ବ୍ଲକ ଯୋଗାଣ ନିରିକ୍ଷିକ ରଂଜନ ନାୟକ,ଗୋପିନାଥ ନାୟାର,ବାପି ମହାକୁର ଙ୍କ ସମେତ ସମସ୍ତ ମାର୍କେଟ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଗୋଡଭଗା ମାର୍କେଟ ୟାଡ କୁ ପହଞ୍ଚି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ। ଚାଷୀମାନେ ଉତ୍ତେଜିତ ହୋଇ ମାସ ମାସ ଧରି ଚାଷୀ ହିତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆସୁଥିଲେ ହେଁ ଠିକାଦାର ଓ ସଂପାଦକ ଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ କୁ ଏଣେତେଣେ ପକାଇ ରଖିଥିବା ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଯାହାକୁ ନେଇ କଲେକ୍ଟର ସଂପାଦକ ବେସନ ଙ୍କ ଉପରେ ପୁଣି ବିଗିଡି ଯାଇ ଯଦି ଅତାବିରା ଅଧୀନରେ ଥିବା ମଣ୍ଡି ରୁ ଧାନ ଚୋରୀ ହୁଏ ତେବେ ନିଜ ପକେଟ୍ ରୁ ଚାଷୀ ଙ୍କୁ ଦେବାକୁ ପଡ଼ିବ ବୋଲି ଚେତେଇ ଦେଇଥିଲେ।

ଚାଷୀ ମାନଙ୍କ ସମ୍ମୁଖରେ ପୂର୍ବରୁ ମଧ୍ୟ କାର୍ଯ୍ୟ କରୁନଥିବା ଠିକାଦାର କୁ ବ୍ଲେକ୍ ଲିଷ୍ଟ ପକାଇ ଅନ୍ୟତ୍ର ଠିକାଦାର ଙ୍କୁ କାମ ଦେଇ ଶୀଘ୍ର କାମ କରିବା ପାଇଁ ୧୦ ଥର କରି କହିଥିବା ଉପସ୍ଥିତ ଚାଷୀ ଙ୍କୁ ଜଣାଇ ନିଜ ଦୋଷ କୁ କଲେକ୍ଟର ଝାଡି ସଂପାଦକ ଙ୍କ ଉପରେ ଅଜାଡି ଦେଇଥିବା ବେଳେ କିଭଳି ଭାବେ ଓ କେଉଁ ରହସ୍ୟ କୁ ନେଇ ଆର ଏମ୍ ସି ସଂପାଦକ କାର୍ଯ୍ୟ ଚଳାଉଛନ୍ତି।।ତେବେ କଲେକ୍ଟର କହିବା ଅନୁଯାୟୀ ୧୦ ଥର ସଂପାଦକ ଙ୍କୁ କହି ଆସିଥିଲେ ହେଁ ୧୧ନଂ ଥର କଣ ଚେତା ପଶିବ ତ ବୋଲି ଚାଷୀ ଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ କେଉଁ ରହସ୍ୟ କୁ ନେଇ କଲେକ୍ଟର ନିଜେ ଦଶ ଦଶ ଥର ତାଗିଦ୍ କରିବା କୁ ସମୟ ପାଇଥିଲେ ଓ ୧୧ନଂ ଥର ପରେ ଯଦି ଆର୍ ଏମ୍ ସି ସଂପାଦକ କାର୍ଯ୍ୟ କୁ ସଂପାଦନ ନକଲେ ତାଙ୍କ ପାଇଁ କୋଉ ଦଣ୍ଡ ରହିଛି ନାଁ ତାଙ୍କ ପାଇଁ ସରକାର ଙ୍କ ଠାରୁ ପୁରସ୍କାର ଘୋଷଣା କରିବେ ଓ ଅତାବିରା ମାର୍କେଟ ୟାଡ୍ ର ବ୍ୟବସ୍ଥିତ ପରିବେଶ କୁ ଦେଖି କରିଥିବା ତାଗିଦ୍ ଆଉ କେତେ ବାଟରେ ବୋଲି ଚାଷୀ ମହଲରେ ବେଶ୍ ଚର୍ଚ୍ଚା ର ବିଷୟ ହୋଇପଡିଛି।



