ଚାନ୍ଦବାଲି ବ୍ଲକ୍ ଜଳେଶ୍ଵର ପୁର ପଞ୍ଚାୟତରେ ବିବାଦୀୟ ଗ୍ରାମ୍ୟ ରାସ୍ତା ଉଚ୍ଛେଦରେ ତହସିଲଦାର ଙ୍କ ଦଳ ପ୍ରିତୀ କୁ ନେଇ ଉତ୍ତେଜନା…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଲକରେ ଚର୍ଚ୍ଚାରେ ଥିବା ଜଳଶ୍ବରପୁର ପଂଚାୟତର ଜବର ଦଖଲ ଉଚ୍ଛେଦ ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ନିର୍ଦେଶରେ ଜବର ଦଖଲ ଉଛେଦ ସମୟରେ ତହସିଲଦରଙ୍କ ପାତରଅନ୍ତର ନିତି ପ୍ରତିବାଦରେ ଆଜି ଆଦେନକାରୀ ଓ ତହସିଲଦାର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି l

ଜଳେଶ୍ୱରପୁରରେ ପୋଖରି କିସମ ପ୍ଲଟ ନଂ ୫୫୭/୫୫୩ରେ ଜବର ଦଖଲ ଉଛେଦ ହୋଇଥବାବେଳେ ପର୍ବରୁ ବିବାଦ ଘେରରେ ଥିବା ପ୍ଲଟ- ୫୯୫ ଗାଁ ରାସ୍ତା ସଂପ୍ରସାରଣ ଜବର ଦଖଲ ଉଛେଦ କରା ନ ଯିବାରୁ ଏହି ଘଟଣାକୁ ନେଇ କିଛି ଗ୍ରାମବାସୀ ସ୍ବର ଉଠାଇଥଲେ , ଏଥିନେଇ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ଦେଖାଦେବା ସହ ତହସିଲଦାର ଓ ଆବେଦନକାରୀ ଗ୍ରାମବାସୀ ଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତ ଉପୁଜିବାରୁ ଘଟଣାସ୍ଥଳରୁ ରାଜସ୍ବ କର୍ମଚାରୀ ମାନଙ୍କୁ ନେଇ ଫେରିଯାଇଥିଲେ ତହିସିଲଦାର ।

ଏହି ଉଛେଦରେ ତହସିଲଦାରଙ୍କ ଶାଷକଦଳ ଚାପରେ ପାତରଅନ୍ତର ପ୍ରତିବାଦରେ ଆବେଦନକାରୀ ଯୁବ ସମାଜସେବୀ ରମାକାନ୍ତ ଭୋଳ ଅତିଷ୍ଟ । ପୁଣି ନ୍ୟାୟଳୟକୁ ଯିବେ ଜଦିକିଛି ନ୍ଯାୟ ନ ମିଳେ ସେଶରେ ଭଦ୍ରକ ଜିଲ୍ଲା ପାଳଙ୍କ କାର୍ଯାଳୟ ଆଗରେ ଆତ୍ମା ହୁତି ଦେବେବୋଲି ଶ୍ରୀ ଭୋଳ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଉ ୨୫ ବର୍ଷ ଶାସନ କରିବ କି ବିଜେପି ? ବିରୋଧୀଙ୍କୁ ଝଟକା ଦେବେକି ମୋଦି ?...

Sat May 21 , 2022
ବାସ୍ତବବ୍ୟୁରୋ:ଅଦ୍ୟାବଧି ସବୁଠୁ ବଡ ଏଜେଣ୍ଡା ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ଆସନ୍ତା ୨୫ ବର୍ଷ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ୨୫ ବର୍ଷ ପରେ, ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ | ତାହା ଏକ ଐତିହାସିକ ମୁହୂର୍ତ୍ତ ହେବ | ରାଜନୈତିକ ଦୃଷ୍ଟିରୁ, ସେତେବେଳକୁ ଦେଶରେ ଅତି କମରେ ପାଞ୍ଚଟି ଲୋକସଭା ନିର୍ବାଚନ ଏବଂ ଦର୍ଜନେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ […]

You May Like

Pin It on Pinterest